ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ୪୦ଟି ଡ୍ୟାମର ଉନ୍ନତୀକରଣ ପାଇଁ ୪୦୮ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଏନେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଇଂବିଶ୍ୱେଶ୍ୱର ଟୁଟୁ ସ୍ପଷ୍ଟ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ମହାନଦୀ ଟ୍ରିବ୍ୟୁନାଲ, ବଂଶଧାରା ଟ୍ରିବ୍ୟୁନାଲ ସମେତ ବିଭିନ୍ନ ଡ୍ୟାମର ଉନ୍ନତିକରଈ ଓ ନୂତନ ଡ୍ୟାମ ନିର୍ମାଣ ସମ୍ପର୍କରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ଅନ୍ୟପଟେ ଜଗତସିଂପୁର, କେନ୍ଦ୍ରପଡ଼ା ଓ ପୁରୀ ଜିଲ୍ଲାର ବିଭିନ୍ନ ଜଳପ୍ରକଳ୍ପ ନିର୍ମାଣରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କହିଛନ୍ତି, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୨୬ଟି ଡ୍ୟାମର ଉନ୍ନତୀକରଣ ପାଇଁ ୩୩୬ କୋଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୪ଟି ଡ୍ୟାମ ପାଇଁ ୭୨.୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମୋଟ ୪୦ଟି ଡ୍ୟାମର ଉନ୍ନତିକରଣ ପାଇଁ ୪୦୮ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିସାରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ ବାବନରେ ସବିଶେଷ ତଥ୍ୟ ଶୀଘ୍ର ପ୍ରଦାନ କରିବା ପାଇଁ ବିଭାଗୀୟ ଅଧିକ।।ୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୟୂରଭଞ୍ଜରେ ପ୍ରଥମ ପର୍ଯ୍ୟାୟରେ ୧୯ଟି ବଡ଼ ଜଳାଶୟର ପୁନରୁଦ୍ଧାର ପାଇଁ ସର୍ଭେ ଶେଷ ହୋଇଥିବାବେଳେ ଅବଶିଷ୍ଟ ୫୬ଟି ଜଳାଶୟର ସର୍ଭେ ଆସନ୍ତା ୧ ମାସ ମଧ୍ୟରେ କରାଯିବ । ଏଥି ସହିତ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂଆ ଜଳପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଆରମ୍ଭ ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀ ଓ ସଚବମାନଙ୍କ ସହିତ ଖୁବଶୀଘ୍ର ଆଲୋଚନା କରାଯିବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶୀ ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
