ଆଜି ପୁଣି କଟକର ୩ଟି ଫାର୍ମରୁ ନକଲି ମେଡ଼ିସିନ ଜବତ

କଟକ: ନକଲି ଔଷଧ କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ । ଚେର ଯେପରି ଲମ୍ବିବାରେ ଲାଗିଛି। ଆଜି ପୁଣି କଟକର ୩ଟି ଫାର୍ମରୁ ନକଲି ମେଡ଼ିସିନ ଜବତ ହୋଇଛି | ନିମଚଉଡିସ୍ଥିତ କ୍ୟାଲ ଏଜେନ୍ସି, ନୟସଡ଼କସ୍ଥିତ ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମଏଚ ଫର୍ମାସିରୁ ୨୦ଲକ୍ଷ ଟଙ୍କାର ମେଡିସିନ ରାଜ୍ୟ ଭେ‌ଷଜ ନିୟନ୍ତ୍ରଣ ବିଭାଗ ଜବତ କରିଛି।

ଆଜି ସୁଦ୍ଧା କେବଳ କଟକରୁ ୫୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହେଲାଣି । ପୂର୍ବରୁ, ଅର୍ଥାତ ଗତ ୯ ତାରିଖରେ କଟକରୁ ଜବତ ହୋଇଥିଲା ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନକଲି ଔଷଧ। ସବୁକୁ ମିଶାଇଲେ ଦୁଇ ସପ୍ତାହ ଭିତରେ ଜବତ ହେଲାଣି ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ନକଲି ଓଷଧ। ଉଭୟ ପୋଲିସ ଓ ଭେଷଜ ନିୟନ୍ତ୍ରଣ ବିଭାଗ ମିଳିତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ତେଣୁ ଆଗକୁ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିପାରେ।

ଗତ ୯ ତାରିଖ ଦିନ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜରସ୍ ଉପରେ ଚଢାଉ କରି ଭେଷଜ ନିୟନ୍ତ୍ରଣ ବିଭାଗ ୩୦ ଲକ୍ଷ ଟଙ୍କାର ନକଲି ବ୍ଲଡ ପ୍ରେସର ମେଡିସିନ ଜବତ କରିଥିଲା। ଏଥିରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଙ୍କ ବୟାନ ଆଧାରରେ ବିଭିନ୍ନ ସ୍ଥାନରେ ହୋଇଥିଲା ଚଢାଉ। ପରେ ଏକ ଟ୍ରାନ୍ସପୋର୍ଟ କମ୍ପାନୀରୁ ଜବତ ହୋଇଥିଲା ୩ ଲକ୍ଷ ଟଙ୍କାର ନକଲି ଔଷଧ। ଏହା ଭିତରେ ଭେଷଜ ନିୟନ୍ତ୍ରଣ ବିଭାଗ କଟକର ଆଉ ତିନୋଟି ମେଡିସିନ ଫାର୍ମରେ କରିଛି ଚଢାଉ। ସେଠାରୁ ଜବତ ହୋଇଛି ୨୦ ଲକ୍ଷ ଟଙ୍କାର ନକଲି ମେଡିସିନ ।

Related Posts