ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଭିଡ଼ିଓ ଭାଇରାଲ୍ ଘଟଣା: ଜଣେ ଭାରତୀୟ ଯବାନଙ୍କ ସଂପୃକ୍ତି ଥିବା ସୂଚନା

ଚଣ୍ଡିଗଡ: ପଞ୍ଜାବର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ଭିଡ଼ିଓ ଭାଇରାଲ ଘଟଣା ଏକ ନୂଆ ମୋଡ଼ ନେଇଛି । ଯେଉଁ ଛାତ୍ରୀ ଅନ୍ୟ ଛାତ୍ରୀମାନଙ୍କର ଏମଏମଏସ୍ ଭିଡିଓ କରୁଥିଲା ତାକୁ ଭାରତୀୟ ସେନାର ଜନୈକ ଯବାନ ବ୍ଲାକ୍‌ମେଲ କରୁଥିବା ଜଣାପଡିଛି । ଏହି ସେହି ବ୍ୟକ୍ତି ଯିଏ ଛାତ୍ରୀମାନଙ୍କର ଅଶ୍ଳୀଳ ଭିଡିଓ କରିବା ପାଇଁ ତାଙ୍କ ଉପରେ ଚାପ ପକାଉଥିଲା। ଅଭିଯୁକ୍ତ ଛାତ୍ରୀଙ୍କର ଜଣେ ପୁରୁଣା ବାନ୍ଧବୀ ଅଶ୍ଳୀଳ ଭିଡିଓ ଗୁଡିକ ଜବାନ ପର୍ଯ୍ୟନ୍ତ ପହଞ୍ଚାଉଥିଲା।

ସେନା ଯବାନ ଭିଡିଓ ଲିକ୍ କରିଦେବ କହି ବାକି ଛାତ୍ରୀମାନଙ୍କର ଅଶ୍ଳୀଳ ଏମଏମଏସ୍ କରିବାକୁ ଚାପ ପକାଉଥିଲା। ତଦନ୍ତରୁ ଯବାନ ଜମ୍ମୁରେ ରହୁଥିବା ଓ ତା ନାଁ ସଞ୍ଜୀବ କୁମାର ବୋଲି କୁହାଯାଉଛି। ବର୍ତ୍ତମାନ ସେ ଅରୁଣାଚଳ ପ୍ରଦେଶର ଏଟାନଗର ନିକଟରେ ପୋଷ୍ଟିଂ ହୋଇଛି। ତେବେ ପୋଲିସ ଅନୁସାରେ ଅଭିଯୁକ୍ତ ଛାତ୍ରୀ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କର କୌଣସି ଭିଡିଓ ବନେଇପାରିନଥିଲା। ଫୋନରେ କେବଳ ତା ନିଜ ଭିଡିଓ ଥିଲା। ଫରେନସିକ୍ ଏକ୍ସପର୍ଟ ମୋବାଇଲ ଫୋନ ଯାଞ୍ଚ କରିବା ପରେ ପୋଲିସକୁ ଏହି ସୂଚନା ଦେଇଛନ୍ତି।

ମାମଲାରେ ପୋଲିସ ଏବେ ସେନାର ଯବାନଙ୍କୁ ଗିରଫ କରି ପଚରା ଉଚରା କରିବ ବୋଲି ଜଣାପଡିଛି। ମାମଲାରେ ପଞ୍ଜାବ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତ ଛାତ୍ରୀଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରିଛି। ପଞ୍ଜାବ ପୋଲିସ ଏସଆଇଟି ଅଶ୍ଲୀଳ ଭିଡିଓ ତିଆରି ମାମଲାରେ ଗିରଫ ଅଭିଯୁକ୍ତମାନଙ୍କୁ ପଚରା ଉଚରା କରୁଛି। ମାମଲାରେ ପୋଲିସ ହିମାଚଳ ପ୍ରଦେଶର ୨ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଛାତ୍ରୀ ଗିରଫ ହୋଇଛି।

Related Posts