କେନ୍ଦ୍ର ଦେଇଥିବା ପ୍ରତିଶୃତି ପୂରଣ ନହେବାରୁ ୨୧ ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବେ ଚାଷୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଦେଇଥିବା ପ୍ରତିଶୃତି ପୂରଣ ନହେବାରୁ ୨୧ ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବେ ଚାଷୀ । ଏନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା ସ୍ପଷ୍ଟ କରିଛି । ତେବେ ଏମଏସପି ଉପରେ ଏକ ପ୍ୟାନେଲ ସ୍ଥାପନ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଏପର‌୍ୟ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ପରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଏଭଳି ନିଷ୍ପତ୍ତି ନେଇଛି।

କେବଳ ଏତିକି ନୁହେଁ ବରଂ ଏମଏସପି ଉପରେ ଏକ ପ୍ୟାନେଲ ଗଠନ, କୃଷକଙ୍କ ବିରୋଧରେ ଆନ୍ଦୋଳନ ସମୟରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ଏବଂ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ କେନ୍ଦ୍ର କ୍ୟାବିନେଟରୁ ବହିଷ୍କାର ପ୍ରସଙ୍ଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା କହିଛି । ତେଣୁ ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆସନ୍ତା ୨୧ ତାରିଖରେ ଜିଲ୍ଲା ତଥା ବ୍ଲକସ୍ତରରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts