ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲଗୁଡ଼ିକ ରାଜ୍ୟରେ ଟିକସମୁକ୍ତ ହେବ ବୋଲି ଗୁଜୁରାଟ ସରକାର ଘୋଷଣା କରିଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଏହି ଚଳଚ୍ଚିତ୍ରକୁ ହରିୟାଣାରେ ଟିକସମୁକ୍ତ ଘୋଷଣା କରାଯାଇଥିଲା। ସେହିପରି କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ମଧ୍ୟ ଏହି ଫିଲ୍ମକୁ ନେଇ ସମାନ ଘୋଷଣା କରାଯାଇଛି । କାଶ୍ମୀର ଫାଇଲରେ ୧୯୯୦ କାଶ୍ମୀରୀ ପଣ୍ଡିତଙ୍କ ନିର୍ଯାତନାକୁ ଦର୍ଶାଯାଇଛି । ଏବଂ ମୁଖ୍ୟ ଭୂମିକାରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ ଏବଂ ପାଲାଭି ଯୋଶୀ ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଏପରିକି ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଧମାଲ ମାଚାଉଛି । ଏହା ମଧ୍ୟରେ ପାରଜାନିଆ ନାମକ ଏକ ଫିଲ୍ମର ଚର୍ଚ୍ଚା ଜୋର ଧରିଛି ।
କାହିଁକିନା ଗୋଟିଏ ପଟେ ଦ କାଶ୍ମୀର ଫାଇଲ୍ସକୁ ସରକାର ଟିକସ ମୁକ୍ତ କରୁଥିବାବେଳେ ପାରଜାନିଆ ଫିଲ୍ମକୁ ବ୍ୟାନ ଘୋଷଣା କରାଯାଇଛି । ଉଭୟ ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ । ପଣ୍ଡିତମାନଙ୍କୁ ନେଇ କାଶ୍ମୀର ଫାଇଲ୍ସ ହୋଇଥିବାବେଳେ ପାରଜାନିଆ ଫିଲ୍ମଟି ଗୁଜୁରାଟ ଦଙ୍ଗାରେ ପାର୍ସୀ ଦମ୍ପତ୍ତି ନିଖୋଜ ହୋଇଯାଇଥିବା ପୁଅକୁ ଖୋଜିବାକୁ ଚେଷ୍ଟା କରିଥିବାର ଦେଖିବାକୁ ମିଳିଛି । ତେବେ ଗୋଟିଏ ଫିଲ୍ସରେ ଟିକସ ଫିଲ୍ମ ହୋଇଥିବାବେଳେ ଅନ୍ୟଟି କାହିଁକି ବ୍ୟାନ ରହିଛି ? ଏନେଇ ବର୍ତ୍ତମାନ ପ୍ରଶ୍ନ ଉଠିବାରେ ଲାଗିଛି । ସେପଟେ ପାରଜାନିଆ ଫିଲ୍ମଟି ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ।