କୃଷକଙ୍କୁ କମ ମୂଲ୍ୟରେ ମିଳିବ ଟ୍ରାକ୍ଟର ଏବଂ କମ୍ୱାଇନ ହାରଭେଷ୍ଟର: ଆନ୍ଧ୍ରପ୍ରଦେଶ ସରକାର

ହାଇଦ୍ରବାଦ : ଆନ୍ଧ୍ର ପ୍ରଦେଶ ସରକାର କୃଷକଙ୍କ ପାଇଁ ଏକ ବଡ ନିଷ୍ପତି ନେଇଛନ୍ତି | ୱାଇଏସଆର କଂଗ୍ରେସ ସରକାର କୃଷକଙ୍କ ପାଇଁ ବଡ଼ ଯୋଜନାର ଶୁଭାରମ୍ଭ କରିଛନ୍ତି । କୃଷକଙ୍କୁ କମ ମୂଲ୍ୟରେ ଟ୍ରାକ୍ଟର ଏବଂ କମ୍ୱାଇନ ହାରଭେଷ୍ଟର ଯୋଗାଇଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି | ଏହାଛଡା ସାରା ରାଜ୍ୟରେ କଷ୍ଟମ ହାୟରିଂ ସେଣ୍ଟର ନିର୍ମାଣ କରାଯିବ । ଏହି ଯୋଜନାର ନାଁ ୱାଇଏସଆର ଯନ୍ତ୍ର ସେବା ରଖାଯାଇଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଚୁତ୍ତୁଙ୍ଗୁତା ଗାଁରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ୩୮୦୦ ଟ୍ରାକ୍ଟର ଏବଂ ୩୨୦ କମ୍ୱାଇନ ମେସିନ ସାମିଲ ଥିଲା।

ଏହି କାର୍ଯ୍ୟକ୍ରରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଖାତାକୁ ୧୭୫ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ । ରଇତୁ ଭରଷା ଯୋଜନାରେ ଏହି ରାଶି ୫୨୬୦ ଜଣ ଚାଷୀଙ୍କୁ ଟଙ୍କା ପଠାଯାଇଛି। ଏହି ଅବସରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କହିଥିଲେ, ସାରା ରାଜ୍ୟରେ ୧୦ ହଜାରରୁ ଅଧିକ ରଇତୁ ଭରଷା କେନ୍ଦ୍ର ନିର୍ମାଣ କରାଯିବ। ଏହା ଦ୍ୱାରା ଚାଷୀମାନେ ମଞ୍ଜିଠୁ ଆରମ୍ଭ କରି ଟ୍ରାକ୍ଟର ଏବଂ ହାରଭେଷ୍ଟର ପରି କୃଷି ଉପକରଣର ଉପଲବ୍ଧତା ସୁନିଶ୍ଚତ କରିବ।

ଏହି ଯୋଜନା ପାଇଁ ମୋଟ ୨୦୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାର ସବୁ କୃଷି ଉପକରଣ ଉପରେ ୪୦ ପ୍ରତିଶତି ସବସିଡି ପ୍ରଦାନ କରିବେ ଏବଂ ଚାଷୀଙ୍କ ପାଇଁ ଋଣର ବ୍ୟବସ୍ଥା ମଧ୍ୟ କରାଯିବ। ଚାଷୀ ସଂଗଠନ ଗୁଡିକ ୧୭୫ ମଡେଲରେ ଯେକୌଣସି ଟ୍ରାକ୍ଟର କିଣିପାରିବେ ଏବଂ ସରକାର ସମସ୍ତ ସବସିଡି ପ୍ରଦାନ କରିବେ।

Related Posts