ଭୁବନେଶ୍ୱର : କାଶୀପୁରକୁ ବାସୀଙ୍କୁ ଘାରିଛି ଝାଡାବାନ୍ତି ଭୟ । ଆକ୍ରାନ୍ତଂକ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଶୀପୁର ଉପରେ କଡ଼ା ନଜର ରଖାଯାଇଛି। ସ୍ଥିତି ନିୟନ୍ତ୍ରଣରେ ରହିଛି। ୯ ନୁହେଁ ୧୪ ବୋଲି ମୃତ୍ୟୁ ସଂଖ୍ୟାକୁ ଆସୁଥିବା ଅଭିଯୋଗକୁ ମୋତେ ଲିଖିତ ଭାବେ ଦେଲେ, ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ ବିଭାଗ ପକ୍ଷରୁ କରାଯିବ ।

ସେପଟେ ବିଧାନସଭାରେ ବିଧାନସଭାରେ କାଶୀପୁରରେ ଝାଡାବାନ୍ତି ପ୍ରସଙ୍ଗ ଉଠିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । କେବଳ କାଶୀପୁର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କରିଥିବା ମଧ୍ୟ ଗୃହରେ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ।