ବାତ୍ୟା ଭୟ: କ୍ୟାପିଟାଲ ହସ୍ପିଟାଲର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର: ଆସୁଛି ବାତ୍ୟା ଅସାନି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବାତ୍ୟା ମୁକାବିଲା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏହି କ୍ରମରେ କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯିବା ସହ ସମସ୍ତ ବିଭାଗକୁ ସତର୍କ କରାଯାଇଛି । ଏଥିସହ ସମ୍ପୃକ୍ତ ବିଭାଗ ଯେପରି ସେମାନଙ୍କ ଦାୟିତ୍ବ ସଠିକ୍‌ ଭାବେ ତୁଲାଇବେ ସେଥି ପ୍ରତି ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଯେ ପର୍ଯ୍ୟନ୍ତ ନିର୍ଦ୍ଦେଶ ନଆସିଛି ସେ ପର୍ଯ୍ୟନ୍ତ ଅଧିକାରୀ ଚିକିତ୍ସାଳୟ ଛାଡିପାରିବେ ନାହିଁ ବୋଲି କୁହାଯାଇଛି । ବିଜୁଳି, ପାଣିକୁ ଗୁରୁତ୍ବ ଦିଆଯାଇଥିବାବେଳେ ଗୁରୁତର ରୋଗୀଙ୍କୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା ସହ ଆବଶ୍ୟକ ପରିମାଣ ଔଷଦ ଏବଂ ଆନୁଷଙ୍ଗିକ ସାମଗ୍ରୀ ଉପଲବ୍ଧ କରାଯାଇଛି ।

ବିଜୁଳି ଗଲେ ଯେପରି ତ୍ବରିତ ସେବା ଯୋଗାଇ ଦେଇହେବ ସେନେଇ ଡିଜି ସେଟ୍‌ ପାଇଁ ଡିଜେଲ ମହଜୁଦ ରଖାଯାଇଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

Related Posts