ଭକ୍ତ ଓ ଭଗବାନଙ୍କ ହେଲା ମିଳନ: ଖୋଲିଲା ଉତ୍ତରାଖଣ୍ଡର ବଦ୍ରିନାଥଙ୍କ ଧାମ

ଡେରାଡୁନ: ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହେଲା ମିଳନ । ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଉତ୍ତରାଖଣ୍ଡର ବଦ୍ରିନାଥ ଧାମ । ସକାଳ ୬ଟା ୧୫ରେ ମନ୍ଦିରର ଦ୍ବାର ଖୋଲାଯାଇଥିବା ବେଳେ ଆସନ୍ତା ଛଅମାସ ପର୍ଯ୍ୟନ୍ତ ବଦ୍ରିନାଥଙ୍କୁ ଦର୍ଶନ କରିପାରିବେ ଭକ୍ତ ।

ଆଜି ମନ୍ଦିର ଖୋଲିଥିବା ବେଳେ ବହୁ ମାତ୍ରାରେ ଭକ୍ତଙ୍କ ସମାଗମ ହୋଇଛି । ବାବାଙ୍କୁ ଦର୍ଶନ କରି ଭକ୍ତ ଆତ୍ମବିଭୋର ହୋଇଯାଇଥିବା ଦେଖିବାକୁ ମିଳିଛି । ବଦ୍ରିନାଥଙ୍କ ଦ୍ବାର ଖୋଲିବା ସହ ସକାଳ ୬ଟା ୧୫ରେ ସୁଭାଇ ଗ୍ରାମରେ ଅବସ୍ଥିତ ଭବିଷ୍ୟ ବଦ୍ରି ଧାମର ଦ୍ବାର ଖୋଲିଥିଲା । ଅନ୍ୟପକ୍ଷରେ, କେଦାରପୁରୀର ରକ୍ଷକ ବାବା ଭୁକୁନ୍ତ ଭୈବଙ୍କ ମନ୍ଦିର ଖୋଲିବା ପରେ ଗତକାଲିଠାରୁ କେଦାରନାଥରେ ସନ୍ଧ୍ୟା ଆଳତି ଆରମ୍ଭ ହୋଇଯାଇଥିଲା ।

ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥଙ୍କ ଧାମ, ଭକ୍ତ ବିଭୋରଦ୍ବାର ଖୋଲିବା ପ୍ରକ୍ରିୟାସକାଳ ୫ଟାରେ ବଦ୍ରିନାଥଙ୍କ ଦକ୍ଷିଣ ଦ୍ବାରରେ ଭଗବାନ କୁବେରଙ୍କ ଡୋଲି ପ୍ରବେଶ କରିଥିଲା । ୫ଟା ୧୫ରେ ୩ନମ୍ବର ଗେଟରେ ବିଶିଷ୍ଟ ବ୍ୟକ୍ତିଗଣ ପ୍ରବେଶ କରିଥିଲେ । ଏହାପରେ ପୂଜା ଆରମ୍ଭ ହୋଇ ୬ଟା ୧୫ରେ ମନ୍ଦିର କବାଟ ଖୋଲିଥିଲା । ରବିବାର ସକାଳ ୯ଟା ୩୦ରେ ଗର୍ଭଗୃହରେ ବଦ୍ରିନାଥଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଚାରି ଧାମ ମଧ୍ୟରୁ ଅନ୍ୟତମ ଧାମ ବଦ୍ରିନାଥଙ୍କ ଧାମ ।

ମୋକ୍ଷଧାମ ବଦ୍ରିନାଥଙ୍କ ଦ୍ବାର ଖୋଲିବା ପାଇଁ ଗତକାଲି ମାହେନ୍ଦ୍ର ବେଳା ସ୍ଥିର ହୋଇଥିଲା । ଯୋଶୀ ମଠ ନୃସିଂହ ବଦରୀ ମନ୍ଦିରରେ ବୈଦିକ ରୀତିନୀତି ଅନୁଯାୟୀ ପୂଜା ପାଠ, ଆରଧ୍ୟ ସହ ବଦ୍ରିନାଥଙ୍କ ମୁଖ୍ୟ ପୂଜକ ବଦ୍ରିନାଥ ଧାମରେ ଗତକାଲି ପହଞ୍ଚିଥିଲେ । ମନ୍ଦିର ଖୋଲିବା ଅବସରରେ ପ୍ରାୟ ବଦ୍ରିନାଥଙ୍କ ଧାମକୁ ୧୫ କ୍ବିଣ୍ଟାଲ ଫୁଲରେ ସୁସଜ୍ଜିତ କରାଯାଇଛି।

Related Posts