ଅଗ୍ନିପଥ ବିବାଦ; ବିହାର ଉପ-ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପଥର ଫିଙ୍ଗିଲେ ବିକ୍ଷୋଭକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ବିଶେଷ କରି ବିହାର ଓ ଉତ୍ତରପ୍ରଦେଶରେ ଏହାର ବିରୋଧ ଅଧିକ କରାଯାଉଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ବିକ୍ଷୋଭକାରୀମାନେ ବିହାରର ସୁପ୍ରିୟା ରୋଡରେ ଯାନବାହାନ ଭଙ୍ଗାରୁଜା କରିବା ସହ ଉପ-ମୁଖ୍ୟମନ୍ତ୍ରୀ ରେନୁ ଦେବୀଙ୍କ ବାସଭବନରେ ପଥର ଫିଙ୍ଗିଥିବାର କଥା ସାମ୍ନାକୁ ଆସିଛି ।

ତାଙ୍କ ଘରର କାଚ ଭାଙ୍ଗି ଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ୍ୱ କରିଥିବାର ସୂଚନା ମିଳିଛି । ଡେପୁଟି ସିଏମଙ୍କ ବାସଭବନରେ ତାଙ୍କର କର୍ମଚାରୀମାନେ ରୁହନ୍ତି । ଅଭିଯୋଗ ହୋଇଛି ଯେ ପୋଲିସକୁ ସୂଚନା ଦେବା ପରେ ମଧ୍ୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts