ଅଗ୍ନିପଥ ଯୋଜନା; ନୌସେନା ପାଇଁ ସରିଲା ଆବେଦନ, ୩ଲକ୍ଷରୁ ଅଧିକ ଆବେଦନ ମିଳିଥିବା ସୂଚନା ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ନୌସେନା ପକ୍ଷରୁ ଅଗ୍ନିବୀର ପଦରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାର ଶେଷ ତାରିଖ ଜୁଲାଇ ୨୨ ରଖାଯାଇଥିଲା । ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ଭାରତୀୟ ନୌସେନାରେ ‘ଅଗ୍ନିପଥ ଯୋଜନା’ ମାଧ୍ୟମରେ ଭର୍ତ୍ତି ହେବା ଲାଗି ୩ ଲକ୍ଷରୁ ଅଧିକ ଆବେଦନ ମିଳିଛି ।୨୨ ଜୁଲାଇ ସୁଦ୍ଧା ଏହି ଆବେଦନ ମିଳିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।

ସୂଚନା ଅନୁସାରେ, ଜୁଲାଇ ୨ରେ ଅଗ୍ନିବୀର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଜୁନ ୧୪ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ କରାଯାଇଥିଲା । ଯାହାକୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ଯାଜନା ଅଧିନରେ ୧୭-୨୧ ବର୍ଷର ଯୁବକମାନେ ୪ ବର୍ଷ ପାଇଁ ଭାରତ ମାଆର ସେବା କରିବାର ସୁଯୋଗ ପାଇ ପାରିବେ । ୪ ବର୍ଷ ପରେ ଏମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ । ବିରୋଧ ପ୍ରଦର୍ଶନ ପରେ କେନ୍ଦ୍ର ସରକାର ଜୁନ ୧୬ରେ ଅଗ୍ନିବୀରଙ୍କ ବସୟ ସୀମାକୁ ୨୧ରୁ ବୃଦ୍ଧି କରି ୨୩ ବର୍ଷ କରି ଦେଇଛନ୍ତି ।

Related Posts