ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି; ମୁକାବିଲା ପାଇଁ ୩ ଜିଲ୍ଲାରେ ୪ ବରିଷ୍ଠ ଅଗ୍ନିଶମ ଅଧିକାରୀ ନିୟୋଜିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ଉପୁଜିଛି। ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳସ୍ତର ବଢିବା ସଙ୍ଗେ ସଙ୍ଗେ ବନ୍ୟା ଆସିବାରୁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ବନ୍ୟା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବାବେଳେ ବନ୍ୟା ବିପନ୍ନଙ୍କୁ ସ୍ଥାନାନ୍ତର, ଉଦ୍ଧାର, ରିଲିଫ୍‌ ବଣ୍ଟନରେ ସହାୟତା ପାଇଁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟେୟଙ୍କ ନିର୍ଦ୍ଦେଶକ୍ରମେ ୪ ବରିଷ୍ଠ ଅଧିକାରୀଙ୍କୁ ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲାକୁ ପଠାଯାଇଛି।ଭଦ୍ରକ ଜିଲା ଚିଫ୍‌ ଫାୟାର ଅଫିସର (ଏସ୍‌ଏଜି) ଡି.କେ ସ୍ବାଇଁଙ୍କୁ ଭଦ୍ରକ ଦାୟିତ୍ୱ ଦିଆଯାଇଥିବାବେଳେ କଟକ ସେଣ୍ଟ୍ରାଲ ରେଞ୍ଜର ଫାୟାର ଅଫିସର ବିଚିତ୍ର କୁମାର ପଣ୍ଡାଙ୍କୁ ବାଲେଶ୍ୱର, ଓଡ୍ରାଫ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝିଙ୍କୁ ଯାଜପୁର ଏବଂ ବାଲେଶ୍ୱର ଡିଏଫ୍‌ଓ ସତ୍ୟପିର୍‌ ବେହେରାଙ୍କୁ ଜଳେଶ୍ୱର ଅଞ୍ଚଳ ଦାୟିତ୍ୱ ଦିଆଯାଇଛି।

Related Posts