ପଳାସୁଣିରେ ନିର୍ମାଣ ହେବ ଫୁଟ ଓଭରବ୍ରିଜ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀର ପଳାସୁଣିରେ ନିର୍ମାଣ ହେବ ଫୁଟ ଓଭରବ୍ରିଜ । ୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ବ୍ରିଜ ନିର୍ମାଣ ହେବ । ଖୁବ ଶୀଘ୍ର ଏହି ବ୍ରିଜ କାମ ଆରମ୍ଭ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଗତ କିଛି ଦିନ ଧରି ରାଜଧାନୀର ଅନ୍ୟତମ ଜନବହୁଳ ଅଞ୍ଚଳ ପଳାସୁଣିରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିଲା । ଯାହା ଏକ ବିରାଟ ସମସ୍ୟା ପାଲଟିଛି ।

ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରି ଆସୁଥିଲେ । ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନତାଙ୍କ ଅନୁରୋଧ ରକ୍ଷା କରି ପଳାଶୁଣି ଅଞ୍ଚଳ ପରିଦର୍ଶନ କରିଥିଲେ । ତାଙ୍କ ସାଙ୍ଗରେ ଜାତୀୟ ରାଜପଥ ପ୍ରାଧିକରଣ ଏନଏଚଆଇର ଅଧିକାରୀ ମଧ୍ୟ ଥିଲେ । ଅଞ୍ଚଳ ପରିଦର୍ଶନ ପରେ ଏଠାରେ ଏକ ସ୍ଥାୟୀ ଫୁଟ୍ ଓଭର ବ୍ରିଜ୍ ର ଆବଶ୍ୟକତା ଥିବାରୁ ଖୁବ ଶୀଘ୍ର ବ୍ରିଜ୍ ନିର୍ମାଣ ହେବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts