କୋଣାର୍କ ଏକ୍ସପ୍ରେସରେ ବୋମା ! ବୋମ ସ୍କ୍ୱାର୍ଡର ଯାଞ୍ଚ ପରେ ମଧ୍ୟ ମିଳିଲାନି ବୋମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଣାର୍କ ଏକ୍ସପ୍ରେସରେ ବୋମା ଥିବାର ସୂଚନା ମିଳିଛି । ସୂଚନା ପାଇ ମୁମ୍ବାଇ ଆଡ଼କୁ ଯାଉଥିବା କୋଣାର୍କ ଏକ୍ସପ୍ରେସ ମଝି ରାସ୍ତାରେ ସିକନ୍ଦରାବାଦ ଷ୍ଟେସନ୍ ପୂର୍ବରୁ ଯାଞ୍ଚ କରାଯାଇଥିବା ବେଳେ ବୋମା ମିଳି ନଥିବା କହିଛି ପୁଲିସ।ସୂଚନା ପାଇ ମୁମ୍ବାଇ ଆଡ଼କୁ ଯାଉଥିବା କୋଣାର୍କ ଏକ୍ସପ୍ରେସ ମଝି ରାସ୍ତାରେ ସିକନ୍ଦରାବାଦ ଷ୍ଟେସନ୍ ପୂର୍ବରୁ ଯାଞ୍ଚ କରାଯାଇଥିବା ବେଳେ ବୋମା ମିଳି ନଥିବା କହିଛି ପୁଲିସ।

ସେପଟେ ମୁମ୍ବାଇ ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ଛାଡ଼ିବାର କିଛି ଘଣ୍ଟା ପରେ ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିଥିଲା। ବୋମା ଥିବାର ସୂଚନା ପାଇ ଟ୍ରେନକୁ ସିକନ୍ଦରାବାଦର ଚର୍ଲପଲ୍ଲୀ ଷ୍ଟେସନରେ ଅଟକାଇ ଦିଆଯାଇଥିଲା। ଯାଞ୍ଚ ପାଇଁ ସମସ୍ତ ଯାତ୍ରୀଙ୍କୁ ବଗିରୁ ପ୍ରଥମେ ବାହାର କରି ପୂରା ଟ୍ରେନକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ ବୋମା ନିରୋଧୀ ସ୍କ୍ୱାର୍ଡ। ହେଲେ ସମସ୍ତ ବଗିକୁ ଯାଞ୍ଚ କରାଯିବା ପରେ ଟ୍ରେନରେ କୌଣସି ବୋମା ନଥିବା ଜଣାପଡ଼ିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts