ରାଜନୈତିକ ଫାଇଦା ପାଇଁ ସରକାରଙ୍କୁ ପୁଲିସର ବେଆଇନ ପଦ୍ଧତିକୁ ସମର୍ଥନ କରିବା ଉଚିତ ନୁହଁ: ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଦିଶା ବଳତ୍କାର ମାମଲାକୁ ନେଇ ପୁଣିଥରେ ଚଚ୍ଚୟେ ବଢ଼ିବାରେ ଲାଗିଛି । ସେପଟେ ଏହି ଘଟଣାକୁ ନେଇ ବିଜେପି ତେଲେଙ୍ଗାନା ସରକାର ଉପରେ ଆକ୍ରମଣ କରିଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ଏହାକୁ ପୋଲିସର ଏକ ଲଜ୍ଜାଜନକ ଅପରାଧ ବୋଲି କହିଛି ଏବଂ ଅଭିଯୁକ୍ତଙ୍କ ନକଲି ଏନକାଉଣ୍ଟର ଉପରେ ସିରପୁରକର ରିପୋର୍ଟ ତେଲେଙ୍ଗାନାର କେସିଆର ସରକାରଙ୍କୁ ପର୍ଦାଫାଶ କରିଛି ବୋଲି କହିଛନ୍ତି । ଭାରତୀୟ ଜନତା ପାର୍ଟି କହିଛି ଯେ ରାଜନୈତିକ ଫାଇଦା ପାଇଁ ପୋଲିସର ବେଆଇନ ପଦ୍ଧତିକୁ ରାଜ୍ୟ ସରକାର ସମର୍ଥନ କରିବା ଉଚିତ୍ ନୁହେଁ । ସରକାରଙ୍କ ସୁରକ୍ଷା ଅଧୀନରେ ଏହା ପୋଲିସର ଲଜ୍ଜାଜନକ ଅପରାଧ ବୋଲି ବିଜେପି ଅଭିଯୋଗ କରିଛି। ସେପଟେ ୨୦୧୯ ରେ ହାଇଦ୍ରାବାଦରେ ପ୍ରାଣୀ ଚିକିତ୍ସକଙ୍କ ବଳାତ୍କାର ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଏହି ଚାରି ଅଭିଯୁକ୍ତଙ୍କୁ ଏକ ଏନକାଉଣ୍ଟରରେ ହତ୍ୟା କରିଥିଲା।

ବର୍ତ୍ତମାନ ଜଷ୍ଟିସ୍ ଭି.ଏସ୍ ସିରପୁରକର କମିଶନ କହିଛନ୍ତି ଯେ ଅଭିଯୁକ୍ତ ଚାରିଜଣ ଅଭିଯୁକ୍ତଙ୍କ ନକଲି ଏନକାଉଣ୍ଟର ହୋଇଛି। ଏହି ନକଲି ଏନକାଉଣ୍ଟରରେ ଦୋଷୀ ଥିବା ପୋଲିସ କର୍ମଚାରୀଙ୍କୁ ହତ୍ୟା ପାଇଁ ବିଚାର କରାଯିବା ଉଚିତ୍। ସୁପ୍ରିମକୋର୍ଟ ଏହି ଘଟଣାର ତଦନ୍ତ ରିପୋର୍ଟକୁ ତେଲେଙ୍ଗାନା ହାଇକୋର୍ଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଅପରାଧୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଆୟୋଗ ଏହାର ୩୮୭ ପୃଷ୍ଠାର ରିପୋର୍ଟରେ ଏହା ମଧ୍ୟ କହିଛି ଯେ ପୋଲିସ ଦ୍ୱାରା ହତ୍ୟା କରାଯାଇଥିବା ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ ନାବାଳକ ଏବଂ ହତ୍ୟା ସମୟରେ ପୋଲିସ ଏହା ଜାଣିଥିଲା ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts