
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସକୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ । ତେବେ ୨୦୨୧ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜଣେ ବାଂଲାଦେଶୀ ମହିଳା ଟିଏମସିର ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ । ଯେତେବେଳେ ଏହି ପ୍ରାର୍ଥୀ କଲିକତା ହାଇକୋର୍ଟରେ ତାଙ୍କ ପରାଜୟକୁ ଚ୍ୟାଲେଞ୍ଜ କରିଥିଲେ ସେତେବେଳେ ଏହା ପ୍ରକାଶ ପାଇଛି । ସେପଟେ ଏହି ଘଟଣାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଜନ୍ମରୁ ବାଂଲାଦେଶୀ ଆଲୋ ରାନୀ ସାର୍କ, ତୃଣମୂଳ କଂଗ୍ରେସ ଟିକେଟରେ ୨୦୨୧ ରେ ବଙ୍ଗଳା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ଯେତେବେଳେ ସେ ବିଜେପି ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିଲେ ସେତେବେଳେ ସେ କଲିକତା ହାଇକୋର୍ଟରେ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିଥିଲେ। ସେ ବନଗାଓ ସାଉଥ ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତ କିଛି ଦିନ ହେବ କଲିକତା ହାଇକୋର୍ଟ ଏହି ମାମଲାର ନିରନ୍ତର ଶୁଣାଣି କରିଥିଲେ। ମେ ୧୩ ରେ, ଉତ୍ତରପ୍ରଦେଶ ବିଜେପିର ସ୍ୱପ୍ନ ମଜୁମଦାରଙ୍କ ପରାମର୍ଶଦାତା ହାଇକୋର୍ଟଙ୍କୁ କହିଛନ୍ତି ଯେ ଆଲୋ ରାନୀ ସାର୍କ ଜଣେ ବାଂଲାଦେଶୀ ନାଗରିକ ଏବଂ ଭାରତରେ ତାଙ୍କୁ ନାଗରିକତା ଦିଆଯାଇ ନାହିଁ । ୨୦୦୦ ଭୋଟରେ ମଜୁମଦାର ନିର୍ବାଚନରେ ଜିତିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।