ସ୍କୁଲ ଯିବାକୁ ବାଧ୍ୟ କରିବାରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲେ ସପ୍ତମ ଶ୍ରେଣୀ ଛାତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ସମରପିଟା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । କିରାସିନି ଢାଳି ହୋଇ ଜଣେ ନାବାଳକ ନିଜ ଦେହରେ ନିଆଁ ଲଗାଇ ଦେଇଛି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଗୁରୁତର ନାବାଳକ ଜଣକ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ପଢ଼ୁଛନ୍ତି । ସ୍କୁଲ ଯିବା ପାଇଁ ବାପା ଆକଟ କରିବା ପରେ ସେ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦଶହରା ଛୁଟି ଖୋଲୁ ଥିବାରୁ ସ୍କୁଲ ଯିବାପାଇଁ କହିଥିଲେ ଛାତ୍ରଙ୍କ ବାପା । କିନ୍ତୁ ସେ ବାପାଙ୍କ କଥାରେ ରାଜି ହୋଇନଥିଲେ । ଏଥିପାଇଁ ବାପାଙ୍କ ଠାରୁ ଗାଳି ମଧ୍ୟ ଶୁଣିଥିଲେ । ପୁଅ ଅମଙ୍ଗ ହେବାରୁ ବାପା କାମରେ ବାହାରକୁ ଚାଲିଯାଇଥିଲେ । ଆଉ ତାଙ୍କ ମା ମଧ୍ୟ ପାଖ ପୋଖରୀକୁ ଲୁଗା ଧୋଇବା ପାଇଁ ଚାଲିଯାଇଥିଲେ । ଘରେ ସଂପୃକ୍ତ ଛାତ୍ର ଜଣକ ଏକା ଥିବାବେଳେ ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ପରେ ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବି ସ୍ଥାନାନ୍ତର କରାଯାଇଥିଲା ।

Related Posts