ଯାଞ୍ଚ ସମୟରେ ଦେହରୁ ସାର୍ଟ କାଢିବାକୁ କରାଯାଇଥିଲା ବାଧ୍ୟ; ବେଙ୍ଗାଲୁରୁ ବିମାନବନ୍ଦର ବିରୋଧରେ ମହିଳାଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗ ଅନୁସାରେ ଯାଞ୍ଚ ସମୟରେ ତାଙ୍କ ଦେହରୁ ସାର୍ଟ ଖୋଲି ଦିଆଯାଇଥିଲା । ମହିଳା ଜଣକ ପେଷାରେ ଜଣେ ସଙ୍ଗୀତକାର । ବାଙ୍ଗାଲୋର ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ତାଙ୍କୁ ତାଙ୍କ ସାର୍ଟ କାଢିବାକୁ କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି ।ଏହି ଘଟଣାକୁ ଅତ୍ୟନ୍ତ ଅପମାନଜନକ ବୋଲି ସେ ବର୍ଣ୍ଣନା କରିଛନ୍ତି । ତେବେ ବେଙ୍ଗାଲୋର ବିମାନବନ୍ଦର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି ।

ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ମଙ୍ଗଳବାର ମହିଳା ଜଣକ ନିଜ ଟ୍ବିଟର ଆକାଉଣ୍ଟରେ ଏହି ଘଟଣାକୁ ଲଜ୍ଜାଜନକ ବୋଲି ଲେଖିଛନ୍ତି । ବେଙ୍ଗାଲୁରୁ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ମୋତେ ମୋର ସାର୍ଟ କାଢିବାକୁ କୁହାଯାଇଥିଲା । କେବଳ ଅନ୍ତବସ୍ତ୍ର ପିନ୍ଧି ସୁରକ୍ଷା ଯାଞ୍ଚ ପଏଣ୍ଟରେ ଠିଆ ହେବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଏଭଳି ଯାଞ୍ଚ କୌଣସି ମହିଳା ଚାହିଁବେ ନାହିଁ । ବେଙ୍ଗାଲୁରୁ ବିମାନବନ୍ଦର କାହିଁକି ଜଣେ ମହିଳାଙ୍କ ସହ ଏଭଳି କରିବାକୁ ବାଧ୍ୟ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ବେଙ୍ଗାଲୁରୁ ବିମାନବନ୍ଦରର ଉତ୍ତର ଏହି ଟ୍ୱିଟରେ ଉତ୍ତର ରଖିଛି । କହିଛି ଯେ ଏହା ହେବା ଉଚିତ ନୁହେଁ । ବେଙ୍ଗାଲୁରୁ ବିମାନବନ୍ଦର ମହିଳା ଯାତ୍ରୀଙ୍କୁ ତାଙ୍କ ଯୋଗାଯୋଗ ବିବରଣୀ ଦେବାକୁ ଅନୁରୋଧ କରିଛି ଯାହା ଦ୍ବାରା ସେମାନେ ତାଙ୍କ ନିକଟରେ ପହଞ୍ଚି ପାରିବେ । ଟ୍ୱିଟ୍‌ରେ କହିଛନ୍ତି, ‘ଏହି ଅସୁବିଧା ପାଇଁ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ । ଆମେ ଆମର ଅପରେସନ୍ ଟିମ୍ ସହିତ ଏହି ସମସ୍ୟା ବାବଦରେ ଆଲୋଚନା କରୁଛୁ ।

Related Posts