ରାସ୍ତା କାର୍ଯ୍ୟରେ ଅନିୟମିତତା ନେଇ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନାମରେ ମାମଲା ରୁଜୁ

ଅମରାବତୀ: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (TDP) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନାମରେ ସିଆଇଡି ରୁଜୁ କଲା ମାମଲା | ରାସ୍ତା କାର୍ଯ୍ୟରେ ଅନିୟମିତତା ନେଇ ସିଆଇଡି ପକ୍ଷରୁ ମାମଲା ରୁଜ୍ଜୁ ହୋଇଛି | ମଙ୍ଗଳଗିରି ବିଧାୟକ ଆଲ୍ଲା ରାମ କ୍ରିଷ୍ଣା ରେଡ୍ଡୀଙ୍କ ଅଭିଯୋଗ ଆଧାରରେ ମାମଲା ଦାୟର ହୋଇଛି ।

2014 ରୁ 2019ରେ ଆନ୍ଧ୍ରପ୍ରଦେଶର ରାଜଧାନୀର ରିଙ୍ଗରୋଡ ଏବଂ ଆରଟେରିଆଲ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବିଧାୟକ ଆଲ୍ଲା ରାମ କ୍ରିଷ୍ଣା ରେଡ୍ଡୀଙ୍କ ଅଭିଯୋଗ କ୍ରମେ ଆନ୍ଧ୍ରପ୍ରଦେଶର ରାଜଧାନୀ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି । ଅଭିଯୋଗରେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପଙ୍ଗୁରୁ ପୂର୍ବତନ ମନ୍ତ୍ରୀ ନାରାୟଣ ଏବଂ ଅନ୍ୟମାନଙ୍କ ନାମ ରହିଛି ।ମେ 6 ରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା, ଯାହା ପରେ ଏଫଆଇଆର ଦାଖଲ କରାଯାଇଥିଲା।

ଭାରତୀୟ ଦଣ୍ଡବିଧାନ ଆଇନ ଧାରା 120 (ଖ), 420, 34, 35, 36, 37, 166, 167 ଏବଂ 217 ଦୁର୍ନୀତି ଆଇନ 1988 ଅଧୀନରେ ମାମଲା ଦାୟର ହୋଇଛି । ଅଭିଯୋଗକାରୀ ଏ ବାବଦରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Related Posts