
ନୂଆଦିଲ୍ଲୀ: ଆଖି ବୁଜିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମ
| ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା | ଏନେଇ ତାଙ୍କ ପୁଅ ଅନିଲ ଶର୍ମା ସୂଚନା ଦେଇଛନ୍ତି । ପଣ୍ଡିତ ସୁଖରାମଙ୍କୁ ବ୍ରେନ ଷ୍ଟୋକ ଆସିବା ପରେ ମେ 7 ତାରିଖରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସ(AIIMS)ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ବିଳମ୍ବିତ ରାତି ୧ଟା ୩୦ମିନିଟ୍ରେ ତାଙ୍କର ପରଲୋକ ଘଟିଛି ।
୧୯୨୭ ମସିହା ଜୁଲାଇ ୨୭ ତାରିଖରେ ସୁଖରାମ ଶର୍ମା ଜନ୍ମ ଗ୍ରହଣ କରିଥିଲେ । ସୁଖରାମ ଶର୍ମା ୧୯୯୩ରୁ ୧୯୯୬ ମଧ୍ୟରେ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ, ସ୍ବତନ୍ତ୍ର ପ୍ରଭାରୀ ଥିଲେ । ସେ ଉତ୍ତରପ୍ରଦେଶ ମଣ୍ଡିରୁ ଲୋକସଭା ସାଂସଦ ମଧ୍ୟ ଥିଲେ । ତାଙ୍କ ରାଜନୈତିକ ଜୀବନରେ ସୁଖରାମ ୫ଥର ବିଧାନସଭା ଏବଂ ୩ଥର ଲୋକସଭା ନିର୍ବାଚନ ଜିତିଥିଲେ ।
ସୁଖରାମ ଶର୍ମାଙ୍କ ପାର୍ଥିବ ଶରୀର ବୁଧବାର ଅପରାହ୍ନ ସୁଦ୍ଧା ହିମାଚଳ ପ୍ରଦେଶର ମଣ୍ଡିକୁ ଅଣାଯିବ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି ।