ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂରିୟା ରାଓ

 

ଭୁବନେଶ୍ୱର,୩୦/୩(ସତ୍ୟପାଠ ବ୍ୟୁରୋ): ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂରିୟା ରାଓ। ନିଜର ବହୁ ସମର୍ଥକଙ୍କ ସହ ବିଧିବଦ୍ଧ ଭାବରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

କେ. ସୁରିୟା ରାଓ ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ମୁଖପାତ୍ର ସମ୍ବିଦ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ।

କେ. ସୁରିୟା ରାଓ ୨୦୧୪ରୁ ୨୦୧୯ ପାରଳାଖେମୁଣ୍ଡିରେ କଂଗ୍ରେସରୁ ବିଧାୟକ ଥିଲେ। କେ. ସୁରିୟା ୨୦୧୯ ନିର୍ବାଚନରେ କଂଗ୍ରେସରୁ ଲଢିଥିଲେ ଏବଂ ୨୪ ହଜାର ଭୋଟ୍ ପାଈ  ଚତୁର୍ଥ ସ୍ଥାନରେ ରହିଥିଲେ ସୂରିୟା ରାଓ । ପ୍ରଥମ ସ୍ଥାନରେ ବିଜେପିର କେ. ନାରାୟଣ ରାଓ, ଦ୍ୱିତୀୟରେ ସ୍ଵାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ ଓ ତୃତୀୟରେ ରହିଥିଲେ ବିଜେଡିର କଲ୍ୟାଣ ଗଜପତି । କେ. ସୁରିୟାଙ୍କ ବିଜେଡିରେ ମିଶ୍ରଣ ପାରଳାଖେମୁଣ୍ଡି ବିଧାନସଭା ସହ ବ୍ରହ୍ମପୁର ଲୋକସଭା ଆସନରେ ଯଥେଷ୍ଟ ପ୍ରଭାବ ପଡିପାରେ ।

Related Posts