ବିଜେଡି ଛାଡିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର,୩୦/୩(ସତ୍ୟପାଠ ବ୍ୟୁରୋ): ବିଜୁ ଜନତା ଦଳରୁ ଇସ୍ତଫା ଦେଲେ କାନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି | ଆଜି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ଚିଠି ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି ଅନୁଭବ |

ତେବେ ଗତ 2019 ନିର୍ବାଚନରେ ଅନୁଭବ କେନ୍ଦ୍ରାପଡ଼ାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ | ଏହି ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରିଥିଲେ | ହେଲେ ପରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ପାରିବାରିକ ବିବାଦ ଆରମ୍ଭ ହେବା ପରେ ଅନୁଭବଙ୍କୁ ଆଉ କେନ୍ଦ୍ରାପଡାରେ ସେତେଟା ଦେଖିବାକୁ ମିଳିନଥିଲା | ଏପରିକି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ସାମିଲ କରାଯାଉନଥିଲା | ସେବେଠାରୁ ଅନୁଭବ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା | ଶେଷରେ ଆଜି ଅନୁଭବ ବିଜେଡି ଛାଡିଛନ୍ତି |

ସୂଚନାଯୋଗ୍ୟ ଯେ, ଆସନ୍ତା ନିର୍ବାଚନ ପାଇଁ ବିଜେପି ପୁଣି କେନ୍ଦ୍ରାପଡା ଆସନରୁ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ଅନୁଭବ ମହାନ୍ତିଙ୍କ ସ୍ଥାନରେ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି |

Related Posts