ସତ୍ୟପାଠ ବ୍ୟୁରୋ : ବରିଷ୍ଠ ଭାଜପା ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସଂଧ୍ୟା ୭ଟା ୨୩ରେ କାଶ୍ମୀର ବିଲ ପାସକୁ ନେଇ ସେ ଟୁଇଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଧାଇ ଜଣାଇଥିଲେ।

 

ଆଜି ରାତି ୯ଟା ବେଳକୁ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତୀ କରାଯାଇଥିଲା। ୧୧ଟା ୨୦ ବେଳକୁ ତାଙ୍କ ମୃତ୍ୟୁ ନେଇ ଘୋଷଣା କରାଯାଇଛି।