ବିପଦ ସଙ୍କେତ ଉପରେ ବଂଶଧାରା

ସତ୍ୟପାଠ ବ୍ୟୁରୋ : ପ୍ରବଳ ବର୍ଷାରେ ବଢ଼ୁଛି ବଂଶଧାରାର ଜଳସ୍ତର । ବନ୍ୟାଜଳ ବିପଦ ସଙ୍କେତ ଉପରେ ଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି-ଗୁଣପୁରରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେବା ସହ ସ୍ଥିତିର ସମୀକ୍ଷା କରିଛନ୍ତିି । ଯେଉଁଠି ବନ୍ୟାଜଳ ପ୍ରବାହିତ ହେଉଛି ସେଠାକାର ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି ।

ଗୁଣୁପୁରରେ ଫୁଲୁଛି ବଂଶଧାରା । ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ୁଛି । ଉପରମୁଣ୍ଡରେ ବର୍ଷା ଜାରୀ ରହିଥିବାରୁ ସ୍ଥିତି ଗମ୍ଭୀର ହେବା ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଳାକୁ ରେଡ ୱାର୍ଣ୍ଣଂ ଜାରି କରାଯାଇଛି । କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଏବଂ ସୋନପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୮ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ସେହିପରି ୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Related Posts