ବ୍ୟାଙ୍କ ସ୍କାମ ମାମଲାରେ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଇଡିର ପଚରାଉଚରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ୟାଙ୍କ ସ୍କାମ ମାମଲାରେ ଇଡି ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ପଚରାଉଚରା କରୁଥିବାର କଥା ସାମ୍ନାକୁ ଆସିଛି । ତେବେ ଜମ୍ମୁ କାଶ୍ମୀର ବ୍ୟାଙ୍କ ସହିତ ଯଡ଼ିତ ଏକ ମନି ଲଣ୍ଡ୍ରିଙ୍ଗ ମାମଲାରେ ଇଡି ତାଙ୍କୁ ପଚରାଉଚୁରା କରିଛି । ଦିଲ୍ଲୀରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ କାର୍ୟ୍ୟାଳୟରେ ଆଜି ଦିନ ୧୧ ଟାରୁ ତାଙ୍କୁ ପଚରା ଉଚୁରା ଆରମ୍ଭ କରାଯାଇଛି ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି। ଏହି ମନି ଲଣ୍ଡ୍ରିଙ୍ଗ ମାମଲାରେ ତଦନ୍ତ କରିବା ପାଇଁ ଇଡି ପକ୍ଷରୁ ଉମର ଅବଦୁଲ୍ଲାଙ୍କୁ ଦିଲ୍ଲୀରେ ଥିବା କାର୍ୟ୍ୟାଳୟରେ ଉପସ୍ଥିତ ହେବା ପାଇଁ କୁହାଯାଇଥିଲା । ସେପଟେ ଉମର ଅବଦୁଲ୍ଲାଙ୍କୁ ଇଡି ପକ୍ଷକୁ କରାଯାଉଥିବା ପଚାଉଚୁରା କଥା ସାମ୍ନାକୁ ଆସିବା ପରେ ତାଙ୍କ ଦଳ ପକ୍ଷରୁ ମଧ୍ୟ ବୟାନ ଜାରି କରାଯାଇଛି । ନ୍ୟାସନାଲ କନଫେରେନ୍ସର ଟୁଇଟର ହ୍ୟାଣ୍ଡେଲରେ କୁହାଯାଇଛିଯେ, ଜମ୍ମୁକାଶ୍ମୀର ନ୍ୟାସନାଲ କନଫେରେନ୍ସରର ଉପାଧ୍ୟକ୍ଷ ଉମର ଅବଦିୁଲ୍ଲାଙ୍କୁ ଦିଲ୍ଲୀରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଥିଲା।

ଏକ ତଦନ୍ତ ପ୍ରକ୍ରିୟାରେ ତାଙ୍କର ଉପସ୍ଥିତି ଜରୁରି ଅଛି ବୋଲି କୁହାଯାଇଥିଲା। ଯଦିଓ ଏହି ସମସ୍ତ କାର୍ୟ୍ୟକଳାପ ରାଜନୈତିକ ଅଟେ ତଥାପି ଉମର ଏହି ପ୍ରକ୍ରିୟାରେ ପୁରା ସହଯୋଗ କରିବେ କାରଣ ସେ ତାଙ୍କ ପକ୍ଷରୁ କୌଣସି ଭୁଲ କରିନାହାନ୍ତି। ଏନେଇ ଜାମ୍ମୁ କାଶ୍ମୀର ନ୍ୟାସନାଲ କନଫେରେନ୍ସ ପକ୍ଷରୁ କେନ୍ଦ୍ରକୁ ଦୋଷାରପ କରି କୁହାଯାଇଛିଯେ କେନ୍ଦ୍ରୀୟ ଏଜେନ୍ସି ଗୁଡିକର ଏଭଳି ଭାବେ ଭୁଲ ବ୍ୟବହାର କରିବା କେନ୍ଦ୍ରର ଅଭ୍ୟାସ ହୋଇଗଲାଣି। ସେଥିପାଇଁ ଉମର ଅବଦୁଲ୍ଲାଙ୍କୁ ପଚରାଉଚୁରା କରାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts