
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଛତିଶଗଡ ହାଇକୋର୍ଟ ଆଜି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କର ଜାମିନ ମଂଜୁର କରିଛନ୍ତି। ନିମ୍ନ ଅଦାଲତରେ ଡବଲ ମର୍ତର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଏବେ ରାୟଗଡ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି ।
ସୂଚନା ଅନୁସାରେ, ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବଲି ଦାଶ ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା ।ଛତିଶଗଡ ରାୟଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କମଲେଶ୍ ଜଗଦଲା ଏହି ରାୟ ଶୁଣାଇଥିଲେ । ସୂଚନା ଅନୁଯାୟୀ, ୨୦୨୦ ମସିହା ଫେବୃଆରୀ ୧୩ ତାରିଖରେ ଛତିଶଗଡ଼ ଚକ୍ରଧର ନଗର ଥାନା ଅଞ୍ଚଳରେ ଏହି ଡବଲ ମର୍ଡର ଘଟଣା ଘଟିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ପୋଲିସ ଗିରଫ କରିଥିଲା ।