କରୋନା ରେ ପୂର୍ବତନ ସାଂସଦ ସୁଗ୍ରୀବ ସିଂ ଙ୍କ ପରଲୋକ

 (ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଓଡିଶାର କନ୍ଧମାଳ( ପୂର୍ବରୁ ଫୁଲବାଣୀ ଲାକସଭା ଆସନ )ର ପୂର୍ବତନ ସାଂସଦ ସୁଗ୍ରୀବ  ସିଂ କୋଭିଡ ସଂକ୍ରମଣ ରେ ତାଙ୍କ ମୃତ୍ୟୁ ଘଟିଛି । ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ  ଚିକିତ୍ସା ପାଇଁ ରବିବାର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ତେବେ  ଚିକିତ୍ସିତ  ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ  ତାଙ୍କ  ପତ୍ନୀଙ୍କ ଭାଇ  ଫିଲିମାନ ନାୟକ  ତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି।  ସୁଗ୍ରିବ ସିଂ ଜଣେ ସାମ୍ବାଦିକ ଭାବରେ ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରେ ସେ ରାଜନୀତିରେ ପ୍ରବେଶ କରି ଫୁଲବାଣୀରେ NAC ଅଧ୍ୟକ୍ଷ ହୋଇଥିଲେ।  ସେ୨୦୦୪ ମସିହାରେ କନ୍ଧମାଳ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ ୧ ଅଗଷ୍ଟ ୧୯୬୩ ରେ ଜନ୍ମଗ୍ରହଣ କରିଥିଲେ। ୧୯୮୦ ମସିହାରେ ରାଇକା ସ୍ଥିତ  ବିଜୟ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ  ପାସ କରି । ୧୯୮୫ ରେ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ   ହାସଲ କରିଥିଲେ ।  କିଛି ବର୍ଷ ଧରି ଭୁବନେଶ୍ୱରର ଆର୍ଯ୍ୟପାଲୀ ଅଞ୍ଚଳର ପ୍ଲଟ୍ ନଂ୫୬ ରେ ରହୁଥିଲେ।

Related Posts