ଅକ୍ସିଜେନ ପାଇଁ ବନ୍ଦ ପଡିଥିବା ବେଦାନ୍ତ ପ୍ଲାଣ୍ଟ ଖୋଲାଯିବା ନିଷ୍ପତ୍ତିକୁ କମଲ ହାସନଙ୍କ ବିରୋଧ

kamal hasan

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ଦେଖାଦେଉଥିବା ଅକ୍ସିଜେନ ସମସ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ତେବେ ଅକ୍ସିଜେନ ଉତ୍ପାଦନ ପାଇଁ ଥୋଥୁକୁଡିରେ ଥିବା ବେଦାନ୍ତର ଷ୍ଟର୍ଲିଟ ପ୍ଲାଣ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ସରକାରଙ୍କ ଏପରି ଆଭିମୁଖ୍ୟକୁ କଠୋର ନିନ୍ଦା କରିଛନ୍ତି ଅଭିନେତା ତଥା ନେତା କମଲ ହାସନ । ତେବେ ଅକ୍ସିଜେନ ଉତ୍ପାଦନ ବିଷୟରେ ତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ । କିନ୍ତୁ ଷ୍ଟର୍ଲିଟ ପ୍ଲାଣ୍ଟଖୋଲିବାରେ ସେ ସହମତ ନୁହଁନ୍ତି । ଏହା ସହ ତାମିଲନାଡୁରେ ଅନ୍ୟ କୌଣସି ଶିଳ୍ପ ନାହିଁ ଯେଉଁଥିରେ ଅକ୍ସିଜେନ ଉତ୍ପାଦନ କରି ହେବ ! ଷ୍ଟର୍ଲିଟକୁ ହିଁ କାହିଁକି ଖୋଲାଯିବ ବୋଲି ତାମିଲନାଡୁ ସରକାରଙ୍କୁ ପ୍ରଶ୍ନ କରିଥିଲେ କମଲ ହାସନ । ଏହା ସହ ତାମିଲନାଡୁରେ ତୈଳ ଉତ୍ପାଦନ କ୍ଷମତା ପ୍ରାୟ ୪୦୦ ମେଟ୍ରିକ ଟନ ଏବଂ ଚିକିତ୍ସାରେ ଦୈନିକ ଅମ୍ଳଜାନର ବ୍ୟବହାର ୨୪ ଟନ ଅଟେ । ଅନ୍ୟପଟେ ରାଜ୍ୟରେ ପ୍ରାୟ ୧୨୦୦ ଟନ ସଂରକ୍ଷଣ କ୍ଷମତା ରହିଛି । ବିଶେଜ୍ଞଙ୍କ କହିବା ଅନୁସାରେ, ତାମିଲନାଡୁରେ ବହୁ ସଂଖ୍ୟକ କମ୍ପାନୀ ଅଛି ଯେଉଁଥିରେ ଅକ୍ସିଜେନ ଉତ୍ପାଦନ କରିହେବ । ଏପରିସ୍ଥଳେ ଷ୍ଟର୍ଲିଟ ପ୍ଲାଣ୍ଟ ଖୋଲିବା ଅମ୍ଳଜାନ ଉତ୍ପାଦନ କରିବା ଦାବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କମଲ ହାସନ ।

ଏହି ସମୟରେ ବେଦାନ୍ତ କମ୍ପାନୀ ସମଗ୍ର ଉତ୍ପାଦନ କ୍ଷମତାକୁ ଅମ୍ଳଜାନ ଉତ୍ପାଦନରେ ବିନିଯୋଗ କରିବ ବୋଲି ପ୍ରତିଶୃତି ଦେଇଛି । ଅନ୍ୟପଟେ ତାମିଲନାଡୁ ସରକାର ଅମ୍ଳଜାନ ଉତ୍ପାଦନ କରିବାକୁ ଅସ୍ଥାୟୀ ଭାବରେ ତମ୍ବା ସ୍ମେଲଟର ୟୁନିଟ ଖୋଲିବାକୁ ଅନୁମତି ଦେବାର କିଛି ସମୟ ପରେ କମ୍ପାନୀ ଏକ ବିବୃତ୍ତି ଜାରି କରିଛି । ଯେଉଁଥିରେ ସେମାନେ ମେଡିକାଲ ଗ୍ରେଡ ଅକ୍ସିଜେନ ଉଦ୍ଦେଶ୍ୟରେ ୧୦୦୦ଟନ ଉତ୍ପାଦନ କ୍ଷମତା ଉପଲବ୍ଧ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।

Related Posts