ଚିଲିକା ମଝିରେ ଫସିଲା ଭସା ପୋଲ; ଦୁଇଟି ବସ ସହିତ ଫସିରହିଛନ୍ତି ପ୍ରାୟ ୧୦୦ ଯାତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚିଲିକା ମଝିରେ ଫସିରହିଛି ଯାତ୍ରୀବାହୀ ଭସା ପୋଲ । ଗତ ୧୭ ଦିନ ମଧ୍ୟରେ ଚିଲିକାରେ ଦ୍ୱିତୀୟଥର ପାଇଁ ଏପରି ଯାତ୍ରୀବାହୀ ଭସା ପୋଲ ଫସି ରହିଥିବାର ଦେଖିବାକୁ ମିଳିଛି । ପ୍ରାୟ ଶହେରୁ ଅଧିକ ଯାତ୍ରୀଙ୍କ ସହ ଦୁଇଟି ବସ ଚିଲିକାରେ ଫସି ରହିଥିବାର ସୂଚନା ମିଳିଛି । ସେପଟେ ଚ୍ୟାନଲେରେ ପାଣି କମିଯିବାରୁ ଏପରି ସମସ୍ୟା ଉପୁଜିଛି ଅନୁମାନ କରାଯାଉଛି ।

ହ୍ରଦ କୂଳରେ ଲୋକମାନଙ୍କୁ ଘେରି ଯାଉଥିବା ଏହି ଜାହାଜଟି ସତ୍ୟପଡାଠାରୁ ଜାହ୍ନିକୁଡା ଆଡ଼କୁ ଯାଉଥିଲା । ଜାନୁଆରୀ ୨୦ ତାରିଖରେ ମଧ୍ୟ ଚିଲିକା ମଝିରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଏକ ଭସା ପୋଲରେ ଫସି ରହିଥିଲେ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଯାତ୍ରୀମାନେ ଭସା ପୋଲରେ ଫସି ରହିଥିବାର ଜଣାପଡ଼ିଛି ।

Related Posts