ପଞ୍ଚାୟତ ନିର୍ବାଚନର ଲାଭ ଉଠାଉଛି ଆନ୍ଧ୍ର; କୋଟିଆରେ ଅନୁପ୍ରବେଶ କରି ବାଣ୍ଟୁଛି ଜମିପଟ୍ଟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି । ରାଜନୈତିକ ଦଳମାନେ ନିଜ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ କୋଟିଆରେ ଆନ୍ଧ୍ରର ଆଉ ଏକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ତେବେ ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଦଳଗୁଡ଼ିକ ବ୍ୟସ୍ତଥିବାବେଳେ ଆନ୍ଧ୍ର ଏହାର ସୁଯୋଗ ଉଠାଇଛି । ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଜାୟତରେ ଅନୁପ୍ରଦେଶ କରି ଆନ୍ଧ୍ର ଜମିପଟ୍ଟା ବଣ୍ଟନ କରିଛି ।

ପଞ୍ଚାୟତର ଧୂଳିପଦର ଗ୍ରାମରେ ଏକ ବୈଠକ କରି ତଜଗଞ୍ଜେଇ ପଦର ଗ୍ରାମର ଦାୟିତ୍ୱରେ ଥିବା ଭିଆରଓ ସରୋଜୀନିଙ୍କ ନେତୃତ୍ୱରେ ୪୫୨ ଜଣଙ୍କୁ ଜମିପଟ୍ଟାର ପାସବୁକ ପ୍ରଦାନ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଓଡ଼ିଶା ରାଜନୀତି ସରଗରମ ହୋଇ ଉଠିଛି । ପୂର୍ବତନ ସରପଞ୍ଚଙ୍କ ସମେତ ଆନ୍ଧ୍ରକୁ ସହଯୋଗ କରୁଥିବା ଅନ୍ୟମାନେ ଏହି ସମୟରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ସେପଟେ ଆଗାମୀ ଦିନରେ ଆନ୍ଧ୍ର କୋଟିଆ ପଞ୍ଚାୟତର ୫୩୧ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥିବାର ସୂଚନା ମିଳିଛି ।

Related Posts