ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ତିନି ଗୋରୁ ବୋଝେଇ ଟ୍ରକ ସହ ୬ ଅଟକ

ଜଳେଶ୍ୱର : ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି ଗୋରୁ । ତେବେ ଆଜି ସକାଳୁ ସକାଳୁ ଗୋରୁ ଚୋରା ଚାଲାଣ ବେଳେ ପୋଲିସକୁ ସଫଳତା ମିଳିଛି । ତିନି ଗୋରୁ ବୋଝେଇ ଟ୍ରକ ସହ ୬ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାୟୀ ପ୍ରତେକ ଦିନ ଓଡିଶାରୁ ପଶ୍ଚିମବଙ୍ଗକୁ ୬୦ନ ଜାତୀୟ ରାଜପଥ ଦେଇ ଶହ ଶହ ଗୋରୁ ଟ୍ରକ ସାହାଯ୍ୟରେ ଦଲାଲ ମାନଙ୍କ ଦ୍ୱାରା ଚୋରା ଚାଲାଣ ହେଉଛି ।

ଏହାକୁ ରୋକ୍ ଲଗାଇବା ପାଇଁ ବାଲେଶ୍ଵର ଜିଲ୍ଲା ପୋଲିସ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିବାର ଦେଖିବାକୁ ମିଳିଛି । ତେବେ ଆଜି ସକାଳ ସମୟରେ ଟ୍ରକଟି ୬୦ରୁ ଅଧିକ ଗୋରୁକୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ରାଜଘାଟ ନାକା ପଏଣ୍ଟ ନିକଟରୁ ଜଳେଶ୍ୱର ପୋଲିସ ମାଡି ବସିଥିଲା ।

ଫଳରେ ଗୋରୁ ଗାଡି ଜବତ କରିବା ସହିତ ଡ୍ରାଇଭର ସହିତ ୩ଗୋରୁ ବେପାରୀଙ୍କୁ ଅଟକ ରଖିଛି । ଅନ୍ୟ ୨ ଗୋରୁ ବୋଝେଇ ଟ୍ରକ ସନ୍ତୋଷ ପୁରା ଠାରେ ଥିବା ଅନଲୋଡ଼ କରୁଥିବା ବେଳେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଚି ଟ୍ରକ ଦୁଇଟିକୁ ଜବତ କରିବା ସହିତ ୩ଜଣ ଗୋରୁ ବେପାରୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Related Posts