ରାଜସ୍ଥାନ ଉଦୟପୁରରେ ଲଜ୍ୟା: ଜଣେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ

ଜୟପୁର : ରାଜସ୍ଥାନ ଉଦୟପୁରରେ ଘଟିଛି ଲଜ୍ୟା । ଜଣେ ବିବାହିତ ତଥା ତିନି ପିଲାଙ୍କର ମାଆଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆସିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀ ସାମିଲ ଥିବା ସୂଚନା ମିଳିଛି । ଏବେବି ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ସେପଟେ ଆପବିତି ଥାନାରେ ଅଟୋ ଡ୍ରାଇଭର ଓ ତାଙ୍କର ୩ ଜଣ ସାଥୀଙ୍କ ନାଁରେ ଗଣଦୁଷ୍କର୍ମ ମାମଲାରେ କେସ୍‌ ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ, ରବିବାର ସଂଧ୍ୟା ସମୟରେ ମହିଳା ଜଣଙ୍କ ରେତି ଷ୍ଟେଣ୍ଡ ବଜାରରୁ ଆବଶ୍ୟକ ସାମଗ୍ରୀ ନେଇ ଘରକୁ ଫେରୁଥିଲେ । ଷ୍ଟାଣ୍ଡରୁ କିଛି ବାଟ ଯିବା ପରେ ଜଣେ ଯୁବକ ଅଟୋ ନେଇ ଆସିଲେ । ଏବଂ ଅଟୋ ଯିବା ପାଇଁ ମହିଳାଙ୍କ ଡାକିଲେ । ମହିଳା ଜଣଙ୍କ ଅଟୋରେ ବସି ଯିବା ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅଟୋ ଡ୍ରାଇଭରକୁ କହିଥିଲେ । କିନ୍ତୁ ସେତେବେଳକୁ ଅଟୋରେ ପୂର୍ବରୁ ୨ଜଣ ବସିଥିଲେ । କିଛି ବାଟ ଯିବା ପରେ ଅଟୋରେ ବସିଥିବା ୨ ଜଣ ଓହ୍ଲାଇପଡିଥିଲେ । ଏହାପରେ ଅଟୋ ଡ୍ରାଇଭର ରାସ୍ତାରେ ଥିବା ଏକ ମଦ ଦୋକାନ ଆଗରେ ରଖିଥିଲେ । ଏବଂ ଫୋନ୍‌ କରି ନିଜର ୩ ଜଣ ସାଙ୍ଗକୁ ଡାକିଥିଲେ ।

ପରେ ଅଟୋକୁ ଏକ ନିଛାଟିଆ ରାସ୍ତାରେ ନେଇ ରଖିଥିଲେ । ମହିଳା ଜଣଙ୍କ ବିରୋଧ କରିଥିଲେ । କିନ୍ତୁ ମହିଳାଙ୍କୁ ଏକା ଦେଖି ଅଟୋ ଡ୍ରାଇଭର ଓ ତାଙ୍କ ତିନି ଜଣ ସାଥୀ ମିଶି ଗଣଦୁଷ୍କର୍ମ କରିଥିଲେ । ଏପିରିକି ମହିଳାଙ୍କୁ ଜୋରଜବରଦସ୍ତ ମଦ ମଧ୍ୟ ପିଆଇଥିଲେ । କିଛି ସମୟ ପରେ ମହିଳାଙ୍କ ସେହି ନିଛାଟିଆ ରାସ୍ତାରେ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାପରେ ପୀଡିତାଜଣଙ୍କ ସବିନା ଥାନାରେ ଗଣଦୁଷ୍କର୍ମ ନେଇ ମାମାଲ ରୁଜୁ କରିଛନ୍ତି ।

ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଛି ।

Related Posts