ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା କାଲିଠାରୁ ମିଳିବ ମାଗଣା ବୁଷ୍ଟର ଡୋଜ । ତେବେ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ଏହି ମାଗଣା ବୁଷ୍ଟର ଡୋଜ । ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହି ଡ୍ରାଇଭ ଜାରି ରହିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଯେହେତୁ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଛି ତେବେ ସମସ୍ତ ବର୍ଗର ଲୋକଙ୍କୁ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ୧୨ ରୁ ୧୪ ବର୍ଷର ପିଲାଙ୍କର ପ୍ରଥମ ଡୋଜ ୯୮% ଦ୍ୱିତୀୟ ଡୋଜ ୭୨%। ୧୫ ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ୯୨% ଏବଂ ଦ୍ୱିତୀୟ ଡୋଜ ୮୨% ଟୀକାକରଣ କରାଯାଇଛି।

୧୮ ରୁ ଅଧିକ ବର୍ଗର ଲୋକଙ୍କର ୯୬% ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ ୯୦% ଟୀକାକରଣ ଦିଆସରିଛି। ସେପଟେ ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦ ବର୍ଷର ଅଧିକ ଲୋକମାନଙ୍କୁ ୨୮% ଟୀକାକରଣ କରାଯାଇଛି। ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଷର ନାଗରିକ ମାନଙ୍କର ପ୍ରିକ୍ସନ ଡୋଜ ମାଗଣାରେ ଦିଆଯିବ। ଏହା ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟୀକାକରଣ ଚାଲିବ। ରାଜ୍ୟରେ ପାଖାପାଖି ୩୦୦୦ ଟି ସରକାରୀ ଟୀକାକରଣ କେନ୍ଦ୍ର ରହିଛି।