ଅନୁଗୋଳ-ତାଳଚେର ରୋଡ୍‌ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ : ୧୨ଟି ଟ୍ରେନ ବାତିଲ , ୮ଟି’ ର ଗତିପଥରେ ପରିବର୍ତ୍ତନ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଅନୁଗୁଳ- ତାଳଚେର ରୋଡ୍ ରୋଡ୍ ରେ ଏକ ମାଲ୍‌ବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଯାଇଛି। ଫଳରେ ଢେଙ୍କନାଳ-ସମ୍ବଲପୁର ରୁଟ୍‌ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଉ ଏଥିପାଇଁ ୧୨ଟି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନର ଗତିପଥ ପରିବର୍ତ୍ତନ କରା ଯାଇଛି। ଗୋଟିଏ ଟ୍ରେନ୍‌ କୁ ଆଂଶିକ ସମୟ ପାଇଁ ବାତିଲ କରାଯାଇଛି। ତେବେ ମାଲ୍‌ବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଥିବା କାରଣରୁ ଆଜି 02861 ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ ଟ୍ରେନ୍‌କୁ ଆଂଶିକ ଭାବେ ବାତିଲ୍‌ କରାଯାଇଛି। 

ବାତିଲ ହୋଇଥିବା ଟ୍ରେନ୍ :- 

୧- ରାଉରକେଲାରୁ 08105 ରାଉରକେଲା- ପୁରୀ ସ୍ପେଶାଲ୍ ଟ୍ରେନ୍‌

୨- ପୁରୀରୁ 08106 ପୁରୀ-ରାଉରକେଲା ସ୍ପେଶାଲ୍ ଟ୍ରେନ୍ 

୩- ଭୁବନେଶ୍ୱରରୁ 02862 ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ପେଶାଲ୍

୪- ପୁରୀରୁ 02866 ପୁରୀ-ଏଲ୍‌ଟିଟି ସ୍ପେଶାଲ୍‌

୫- ଭୁବନେଶ୍ୱରରୁ 08493 ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟର ସିଟି ସ୍ପେଶାଲ୍ 

୬- ବଲାଙ୍ଗିରରୁ 08494 ବଲାଙ୍ଗିର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍ 

୭- ହାଟିଆରୁ 08451 ହାଟିଆ-ପୁରୀ ସ୍ପେଶାଲ୍ 

୮- ପୁରୀରୁ 08452 ପୁରୀ-ହାଟିଆ ସ୍ପେଶାଲ୍ 

୯- ପୁରୀରୁ 08425 ପୁରୀ-ଦୁର୍ଗ ସ୍ପେଶାଲ୍ 

୧୦- ଦୁର୍ଗରୁ 08426 ଦୁର୍ଗ-ପୁରୀ ସ୍ପେଶାଲ୍

୧୧- ରାଉରକେଲାରୁ 08127 ରାଉରକେଲା-ଗୁଣୁପୁର ସ୍ପେଶାଲ୍ 

ସେହିପରି ବୁଧବାର ଦିନ ପାଇଁ ଗୁଣୁପୁରରୁ 08128 ଗୁଣୁପୁର-ରାଉରକେଲା ସ୍ପେଶାଲ୍‌ ଟ୍ରେନ୍‌ ବାତିଲ କରାଯାଇଛି।

ସେହିପରି ୮ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିବା ଟ୍ରେନ୍‌ ……

ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଗତକାଲି ଆନନ୍ଦ ବିହାରରୁ ଯାତ୍ରା ଆରମ୍ଭ କରିଥିବା 02814 ଆନନ୍ଦ ବିହାର-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍‌ ବର୍ତ୍ତମାନ ଚକ୍ରଧରପୁର-ଜାରୋଲି ଓ ଜାଖାପୁରା ଦେଇ ଚଳାଚଳ କରିବ। ସେହିପରି ଭାବେ ବିଶାଖାପାଟନମ୍‌ରୁ ଆସୁଥିବା 08503 ବିଶାଖାପାଟନମ୍-ଅମୃତସର ସ୍ପେଶାଲ୍‌ ଭିଜିଆନଗରମ୍-ରାୟାଗଡା-ଟିଟିଲାଗଡ-ସମ୍ବଲପୁର ଦେଇ ଚଳାଚଳ କରିବ। ଗତକାଲି ଦୁର୍ଗରୁ ଯାତ୍ରା ଆରମ୍ଭ କରିଥିବା 08426  ଦୁର୍ଗ-ପୁରୀ ସ୍ପେଶାଲ୍ ଏହାର ଗତିପଥ ବଦଳାଇ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍‌-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ। ସେହିପରି ଗତକାଲି ହାଟିଆରୁ ଯାତ୍ରା ଆରମ୍ଭ କରିଥିବା 08451 ହାଟିଆ-ପୁରୀ ତପସ୍ୱିନୀ ସ୍ପେଶାଲ୍‌ ବର୍ତ୍ତମାନ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍‌-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ।

ଏଲ୍‌ଟିଟିରୁ ୧୨ ତାରିଖରୁ ଯାତ୍ରା ଆରମ୍ଭ କରିଥିବା 02145 ଏଲ୍‌ଟିଟି-ପୁରୀ ସ୍ପେଶାଲ୍‌ ଏହାର ଗତିପଥ ପରିବର୍ତ୍ତନ କରି ଏବେ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍‌-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ। ବିକାନେର୍‌ରୁ ୧୨ ତାରିଖରୁ ଯାତ୍ରା ଆରମ୍ଭ କରିଥିବା 04709 ବିକାନେର୍‌-ପୁରୀ ସ୍ପେଶାଲ୍‌ ଏବେ ଭାୟା ସମ୍ବଲପୁର-ଟିଟିଲାଗଡ-ଭିଜିଆନଗରମ୍‌-ଖୋର୍ଦ୍ଧା ରୋଡ୍ ଦେଇ ଚଳାଚଳ କରିବ। ଗତକାଲି ଗୁଣୁପୁରରୁ ଯାତ୍ରା ଆରମ୍ଭ କରିଥିବା 05128 ଗୁଣୁପୁର-ରାଉରକେଲା ସ୍ପେଶାଲ୍‌ ଏବେ ଭାୟା କପିଳାସ ରୋଡ୍‌-ଜାଖାରପୁରା-ଜାରୋଲି ଦେଇ ଚଳାଚଳ କରିବ।।ପୁରୀରୁ ଗତକାଲି ଯାତ୍ରା ଆରମ୍ଭ କରିଥିବା 02037 ପୁରୀ ଅଜମୈର ସ୍ପେଶାଲ୍‌ ଏବେ ଭାୟା ଖୋର୍ଦ୍ଧା ରୋଡ୍‌-ଭିଜିଆନଗରମ୍‌-ରାୟଗଡ଼ା-ଟିଟିଲାଗଡ଼ ଦେଇ ଚାଚଳ କରିବ। 

Related Posts