
ଭୁବନେଶ୍ବର: ତିରୁପତି ପରିଦର୍ଶନ ପାଇଁ ଇଛୁକ ଥିବା ଭକ୍ତଙ୍କ ପାଇଁ ଅପୂର୍ବ ସୁଯୋଗ । ଭାରତୀୟ ରେଳବାଇ ପାଇଁ ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍, ବିଜୟନଗରମ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ। ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ତିରୁପତି ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ଯାହା ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ଏବଂ ବିଜୟନଗରମ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ।
ଟ୍ରେନ୍ ନମ୍ବର ୦୨୮୦୯/୦୨୮୧୦ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସୁପର ଫାଷ୍ଟ ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ୨୦୨୨ ଅକ୍ଟୋବର ୧ରୁ ୨୯ ତାରିଖ ମଧ୍ୟରେ ପ୍ରତ୍ୟେକ ଶନିବାର ଅପରାହ୍ନ ୧ଟା ୩୦ମିରେ ଛାଡି ତିରୁପତି ଯାତ୍ରା କରିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ତିରୁପତି ଠାରୁ ୨୦୨୨ ଅକ୍ଟୋବର ୨ରୁ ୩୦ ତାରିଖ ମଧ୍ୟରେ ପ୍ରତ୍ୟକ ରବିବାର ରାତ୍ରି ୮ ଘଟିକାରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।
ଏହି ଟ୍ରେନ ଭୁବନେଶ୍ୱର ଓ ତିରୁପତି ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟନଗରମ, ଦୁଭାଡା, ଆନ୍ନାଭରମ, ସମାଲକୋଟ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ଓଙ୍ଗଲ, ନେଲୋର, ଗୁଡୁର ଏବଂ ରେଣିଗୁଣ୍ଟା ଷ୍ଟେସନରେ ରହଣି କରିବ। ଏହି ସ୍ବତନ୍ତ୍ର ଟ୍ରେନ୍ରେ ୧୬ଟି ଏସି-୩ ଟାୟାର କୋଚ ଏବଂ ଦୁଇଟି ଗାର୍ଡ-ଲଗେଜ୍ ତଥା ଜେନେରେଟର କାର୍ କୋଚ୍ ଉପଲବ୍ଧ ଅଛି ।