ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ଫଳାଫଳ ବାହାରିବା ଏବେ ଚାରିଆଡେ ହିଂସା । ଏହା ମଧ୍ୟରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ PA ଚନ୍ଦ୍ରନାଥଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର କଥା ସାମ୍ନାକୁ ଆସିଛି । ତେବେ କାରରେ ଯାଉଥିବା ବେଳେ ତାଙ୍କୁ ୪ ରାଉଣ୍ଡ ଗୁଳିମାଡ ହୋଇଥିଲା । ଏହାମଧ୍ୟରୁ ତିନୋଟି ତାଙ୍କ ଶରୀରରେ ବାଜିଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଚନ୍ଦ୍ରନାଥଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏହି ଅଘଟଣ ଘଟିଛି ।
ସେପଟେ ସେ ଶୁଭେନ୍ଦୁଙ୍କ କୋର୍ ଟିମରେ ବଡ ଦାୟିତ୍ୱରେ ରହିଥିଲେ । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଭାରତୀୟ ବାୟୁସେନାରେ ଚନ୍ଦ୍ରକାନ୍ତ ୨୦ ବର୍ଷ କାମ କରିଛନ୍ତି । ରାହାରା ରାମକୃଷ୍ଣ ମିଶନରେ ପାଠ ପଢିବା ସେ ବାୟୁସେନାରେ ସାମିଲ ହୋଇଥିଲେ । ଛାତ୍ରଜୀବନରେ ସେ ଖୁବ୍ ଆଧ୍ୟତ୍ମିକ ଥିଲେ । ତେବେ ବାୟୁସେନାରୁ ଅବସର ନେବା ପରେ ସେ କର୍ପୋରେଟ୍ ସେକ୍ଟରରେ କାମ କରିଥିଲେ । ଏହାପରେ ରାଜନୀତିରେ ପାଦ ଦେଇଥିଲେ । ସେ ଏବଂ ଅଧିକାରୀ ପୂର୍ବରୁ ତୃଣମୂଳ କଂଗ୍ରେସରେ ଥିଲେ । ତାଙ୍କ ମା ହାସୀ ରଥ ଟିଏମସିର କାର୍ଯ୍ୟକର୍ତ୍ତା ରହି ସାରିଛନ୍ତି ।
ଏହାପରେ ସେମାନେ ବିଜେପିରେ ସାମିଲ ହୋଇଥିଲେ । ୨୦୧୯ରେ ଶୁଭେନ୍ଦୁଙ୍କ ସଂସ୍ପର୍ଶରେ ଚନ୍ଦ୍ରନାଥ ଆସିଥିଲେ । ତାଙ୍କର ଅଫିସିଆଲ ଟିମରେ ଚନ୍ଦ୍ରନାଥଙ୍କୁ ସାମିଲ କରାଯାଇଥିଲା । ଧିରେ ଧିରେ ସେ ବିଜେପି ନେତାଙ୍କ ଖୁବ୍ ଖାସ୍ ହୋଇଥିଲେ । ରାଜନୈତିକ କାର୍ଯ୍ୟକଳାପ ବୁଝାସୁଝା କରୁଥିଲେ । ଦଳୀୟ ନେତା ଏବଂ ଶୁଭେନ୍ଦୁଙ୍କ ମଧ୍ୟରେ ଚନ୍ଦ୍ରନାଥ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଥିଲେ । ବିଜେପି ସରକାର ଆସିବା ପରେ ଚନ୍ଦ୍ରନାଥଙ୍କୁ ବଡ ଦାୟିତ୍ୱ ମିଳିବ ବୋଲି ଆଶା କରାଯାଉଥିଲା । ହେଲେ ଏବେ ସବୁ ଶେଷ ହୋଇଯାଇଛି ।
