ଚର୍ଚ୍ଚାରେ ପୂର୍ଣ୍ଣଛେଦ: ରାହୁଲ ଦ୍ରାବିଡଙ୍କୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ବଡ଼ ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ ବଡ଼ ବୟାନ ରଖିଛି । ରାହୁଲ ଦ୍ରାବିଡଙ୍କ ଭାରତୀୟ ଜନତା ପାର୍ଟି କାର୍ଯ୍ୟକ୍ରମରେ ସାମିଲ୍ ହେବା ନେଇ ହେଉଥିବା ଚର୍ଚ୍ଚା କୁ ଖଣ୍ଡନ କରିଛି। ହିମାଚଳ ପ୍ରଦେଶର ଧର୍ମଶାଳାରେ ବିଜେପିର ଯୁବ ମୋର୍ଚ୍ଚା କାର୍ଯ୍ୟ ସମିତିରେ ରାହୁଲ ଦ୍ରାବିଡ ଯୋଗ ଦେବେ ବୋଲି ବିଜେପି ବିଧାୟକ ଦାବି କରି ଆସୁଥିବା ବେଳେ, କିନ୍ତୁ ଏହି ଖବରକୁ ଖଣ୍ଡନ କରଯାଇଛି । ଏହି ଖବରରେ କୌଣସି ସତ୍ୟତା ନଥିବା କୁହାଯାଇଛି।

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଖବରକୁ ଗୁଜବ ବୋଲି କହିଛନ୍ତି। ସମାଚାର ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ ରାହୁଲ କହିଛନ୍ତି, ମିଡିଆର ଏକ ବର୍ଗ ଖବର ପ୍ରସାରଣ କରିଛନ୍ତି ଯେ, ମୁଁ ୨୦୨୨ ମେ ୧୨ରୁ ମେ ୧୫ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ଏକ ବୈଠକରେ ଯୋଗ ଦେବି। ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ, ଉକ୍ତ ରିପୋର୍ଟ ଭୁଲ୍ ଅଟେ।

ବିଜେପି ବିଧାୟକ ନହେରିଆ କହିଥିଲେ ଏହି କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଯୋଗଦେବେ। କାରଣ ତାଙ୍କର ସଫଳତାର ସନ୍ଦେଶ ଦେଶର ଯୁବପୀଢିଙ୍କୁ ରାଜନୀତି ସମେତ ଅନ୍ୟ କ୍ଷେତ୍ରରେ ବିନିଯୋଗ କରି ବିଜେପି ଆଗକୁ ବଢିବ ବୋଲି ସେ କହିଥିଲେ । ଏହା ଜଣାପଡିବା ପରେ ରାହୁଲ ଦ୍ରାବିଡ ବିଜେପିରେ ସାମିଲେ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।
ସୂଚନା ଥାଉକି ହିମାଚଳ ପ୍ରଦେଶର ୬୮ ବିଧାନସଭା ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ବର୍ଷ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି।

Related Posts