ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ମିଳିଲା ବେଲ୍

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ମିଳିଲା ବେଲ୍। ଗତ ଦୁଇ ବର୍ଷ ହେଲା ଜେଲ୍‌ରେ ଥିବା ବେଳେ ଆଜି ତାଙ୍କୁ ବେଲ୍ ମିଳିଛି । ବନ୍ଦୀ ହେବାର ଦୀର୍ଘଦିନ ପରେ ତାଙ୍କୁ ବେଲ୍ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

ୱାକଫ ବୋର୍ଡର ସମ୍ପତ୍ତିକୁ ବେଆଇନ୍‌ ଭାବେ କବ୍‌ଜା କରିବା ନେଇ ଆଜମ ଖାନ୍‌ଙ୍କ ବିରୋଧରେ ମାମଲା ରହିଥିଲା। ଏହି ମାମଲାରେ ତାଙ୍କୁ ବେଲ୍ ମିଳିଛି।

ସମ୍ପୃକ୍ତ ମମଲାରେ ମେ ୫ ତାରିଖ ଦିନ ଶୁଣାଣି ହୋଇଥିଲା। ହେଲେ କୋର୍ଟ ତାଙ୍କ ରାୟକୁ ସଂଗରକ୍ଷିତ ରଖିଥିଲେ। ଏବେ ରାୟ ପ୍ରକାଶ କରି ଆଜମ ଖାନଙ୍କୁ ବେଲ୍‌ ଦିଆଯାଇଛି ।

ସୂଚନାଯୋଗ୍ୟ, ଜେଲ୍ ରେ ଥାଇ ମଧ୍ୟ ଚଳିତ ନିର୍ବାଚନରେ ବାଜିମାତ କରିଥିଲେ ଆଜମ ଖାନ୍‌ । ଆଜମ ଖାନ ରାମପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ସେ ୧,୨୧,୭୫୫ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେପିର ଆକାଶ ସକସେନା ମାତ୍ର ୫୬,୩୬୮ ଖଣ୍ଡ ଭୋଟ ପାଇଥିଲେ ।

Related Posts