ବିସିସିଆଇରେ ଶେଷ ହେଲା ଗାଙ୍ଗୁଲିଙ୍କ ଯୁଗ , ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିସିସିଆଇରେ ଶେଷ ହେଲା ଗାଙ୍ଗୁଲିଙ୍କ ଯୁଗ। ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର୍ ବିନ୍ନିଙ୍କ ନାଁରେ ସମସ୍ତ ବୋର୍ଡର ସଦସ୍ୟ ମୋହର ମୋହର ମାରିଛନ୍ତି।ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିନ୍ନି।

ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଆଜି ମୁମ୍ବାଇର ତାଜ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବସିସିଆଇ ସଚିବ ଜୟ ଶାହ, ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଓ ପୂର୍ବତନ ଭାରତୀୟ କ୍ରିକେଟର୍ ରୋଜର ବିନ୍ନି ସାମିଲ ହୋଇଥିଲେ।

୬୭ ବର୍ଷୀୟ ବିନ୍ନି ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି। ବିନ୍ନି ବିସିସିଆଇ ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରତିଦ୍ୱନ୍ଦ୍ୱି ଥିଲେ। ଏହାପୂର୍ବରୁ ବିନ୍ନି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ ଏବଂ ସେ ବିସିସିଆଇ ସଭାପତି ହେବା ପରେ ବର୍ତ୍ତମାନ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେବେ।

୧୯୮୩ ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ୍ ଟିମ୍‌ରେ ଥିଲେ ରୋଜର୍ ବିନ୍ନି। କପିଲ ଦେବଙ୍କ ସହ ଘନିଷ୍ଠ ଥିବା ବିନ୍ନି ସେତେବେଳର ଧୂଆଁଧାର ପେସ୍ ବୋଲର୍ ସହ ଅଲରାଉଣ୍ଡର ଭାବେ ବେଶ୍ ପରିଚିତ ଥିଲେ। ୮୩ ବିଶ୍ୱକପ୍‌ର ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ବି ବିନ୍ନିଙ୍କ ନାଁରେ ରହିଛି।

Related Posts