ଜେଲ୍‌ରେ ଗ୍ୟାଙ୍ଗୱାର; ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅଭିଯୁକ୍ତ ଥିବା ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ମୃତ୍ୟୁ

ଭୁବନେଶ୍ଵର,୨୬/୨(ସତ୍ୟପାଠ ବ୍ୟୁରୋ): ରବିବାର ପଞ୍ଜାବର ତରନତାରନ ସ୍ଥିତ ଗୋଇନ୍ଦୱାଲ ସାହିବ ଜେଲ୍‌ରେ ଗ୍ୟାଙ୍ଗୱାର ହୋଇଛି। ସୂଚନା ଅନୁସାରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଗ୍ୟାଙ୍ଗଷ୍ଟାର ମନଦୀପ ତୁଫାନ ଓ ଗ୍ୟାଙ୍ଗଷ୍ଟର ମନମୋହନ ସିଂହଙ୍କୁ ହତ୍ୟା କରାଯାଇଛି। ସେହିଭଳି ଗ୍ୟାଙ୍ଗଷ୍ଟର କେଶବ ଗୁରୁତର ଭାବେ ଆହତ ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଅମୃତସର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ରବିବାର ଦ୍ୱିପ୍ରହରରେ ତରନତାରନ ସ୍ଥିତ ଗୋଣ୍ଡଦବାଲ କେନ୍ଦ୍ରୀୟ ଜେଲରେ ବନ୍ଦ ଥିବା ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ଅଭିଯୁକ୍ତଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ଅନେକ ଗୁରୁତର ହୋଇଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଯେଉଁ ୨ଜଣଙ୍କର ମୃତ୍ୟୁ ହୋଇଛି ସେମାନେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅଭିଯୁକ୍ତ ଥିଲେ ।

ଏନେଇ ଡିଏସପି ଜସପାଲ ସିଂ ଢିଲୋଙ୍କ ସୂଚନା ମୁତାବକ ପଞ୍ଜାବ ଗୋଣ୍ଡଦବାଲ ସାହିବ ଜେଲରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ଗୋଷ୍ଠୀ ସଂଘର୍ଷରେ ଦୁରାନ ମନଦୀପ ସିଂ ତୁଫାନ ଓ ମନମୋହନ ସିଂ ମୋହନାଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ମେ,ମାସ ୨୯ ତାରିଖରେ ପଞ୍ଜାବର ମାନସା ଜିଲ୍ଲା ସ୍ଥିତ ଜବାହରକେ ଗାଁ ନିକଟରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପରେ କାନାଡାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ନିଜକୁ ଦାୟୀ କରିଥିଲା ।

Related Posts