ଆମ୍ବୁଲାନ୍ସରେ ଗଂଜେଇ ଚୋରା ଚାଲାଣ ; ୨ ଗିରଫ

ସତ୍ୟପାଠ ବ୍ୟୁରୋ : ଏକଦମ ଫିଲ୍ମ ଷ୍ଟାଇଲରେ ଚାଲିଥିଲା ହାଇଟେକ ଠକେଇ । ପୁଲିସ ଆଖିରେ ଧୂଳିଦେଇ ଆମ୍ବୁଲାନ୍ସରେ ଚୋରାଚାଲାଣ ହେଉଥିଲା ଗଂଜେଇ । ହେଲେ ଚୋରପୁଲିସ ଖେଳରେ ଶେଷର ଧରାପଡିଛନ୍ତି ଗଂଜେଇ ମାଫିଆ । ସୋନପୁର ପୁଲିସ ଓ ଅବାକରୀ ବିଭାଗ ଏଳି ଏକ ରାକେଟର ପର୍ଦ୍ଦାଫାଶ କରିଛି ।

ବଲାଙ୍ଗୀର-ସୋନପୁର ରାସ୍ତାରେ ଆମ୍ବୁଲାନ୍ସରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୁଲିସ ଓ ଅବକାରୀ ବିଭାଗ ଅଧିକାରୀ ଅର୍ଜୁନପୁର ଠାରେ ଏକ ଆମ୍ବୁଲାନ୍ସକୁ ଅଟକାଇବା ପରେ ଘଟଣା ସତ ବୋଲି ପ୍ରମାଣିତ ହୋଇଥିଲା । ଛତିଶଗଡ ନମ୍ବର ଥିବା ଏହି ଆମ୍ବୁଲାନ୍ସ ଗାଡିରେ ଥିଲା ୨୫ କେଜି ଗଂଜେଇ ।

ତେବେ ଆମ୍ବୁଲାନ୍ସକୁ ଜବତ କରାଯାଇଥିବା ବେଳେ ୨ ଆନ୍ତଃରାଜ୍ୟ ଗଂଜେଇ ମାଫିଆଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ କିରନ ଦାସ ଓ ପ୍ରକାଶ କୁମାର । ବର୍ଷ ତମାମ ଏମିତି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ କେବେ କେମିତି ଧରାପଡୁଛନ୍ତି ଚୋରାଚାଲାଣ କାରୀ ।

Related Posts