ଭାରତ ବନ୍ଦର ପ୍ରଭାବ; ଫସିରହିଲା ଆମ୍ବୁଲାନ୍ସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୨ ଦଫା ଦାବି ଟ୍ରେଡ ୟୁନିୟନ ସଂଘ ୨ ଦିନିଆ ଭାରତ ବନ୍ଦ ଡ଼ାକରା ଦେଇଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି । ଏପରିକି ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡି ନାହାନ୍ତି । ଫଳରେ ରାଜଧାନୀ ଭୁବନେଶ୍ୱରର ଜୟଦେବବିହାର ଛକରେ ବାଧ୍ୟହୋଇ ପଛକୁ ଫେରିଛି ଆମ୍ବୁଲାନ୍ସ ।

ପୂର୍ବରୁ ବନ୍ଦ ପାଳନ ବେଳେ ଏଭଳି କେବେ ଦେଖିବାକୁ ମିଳିନଥିଲା । ଜରୁରୀ ସେବାକୁ ବାଦ ଦେଇ ହେଉଥିଲା ବନ୍ଦ ପାଳନ । ହେଲେ ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନକାରୀ ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡି ନାହାନ୍ତି । ଆନ୍ଦୋଳନକାରୀଙ୍କ ଏଭଳି ଅରାଜକତାକୁ ନେଇ ପ୍ରଶ୍ନ ଉଠିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts