କେନ୍ଦ୍ରାପଡା ବନ୍ଦ, ୧୪୪ ଧାରା ଜାରୀ

ସତ୍ୟପାଠ ବ୍ୟୁରୋ : କେନ୍ଦ୍ରାପଡା ସହର ସରକାରୀ ହାଇସ୍କୁଲ ପଡିଆରେ ଏକ ସଭା ଆୟୋଜନକୁ କେନ୍ଦ୍ରକରି ଅଶାନ୍ତ ହୋଇଛି ସହର । ସାମାନ୍ୟ କଥାକୁ ନେଇ ପୁରା ସହରରେ ୧୪୪ ଧାରା ଜାରୀ କରାଯାଇଛି । ଗତକାଲି ସେଠାରେ ଏକ ସଭା ଆୟୋଜନକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଏହାର ପ୍ରତିବାଦରେ ଆଜି କେନ୍ଦ୍ରାପଡା ବନ୍ଦ ଡାକରା ଦିଆଯାଇଥିଲା ।

୧୨ ଘଂଟିଆ ବନ୍ଦକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ବେଳେ ବିଭିନ୍ନ ଛକରେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି । ତେବେ ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଆଜି ପାଇଁ ସମସ୍ତ ସ୍କୁଲ କଲେଜ ଜିଲ୍ଲା ପ୍ରଶାସନ ବନ୍ଦ ରଖିବା ପାଇଁ ଗତକାଲି ଠାରୁ ନିର୍ଦ୍ଦେଶ ଦେଇଛି । ସେପଟେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ ପ୍ରଦର୍ଶନ ହୋଇଛି ।

Related Posts