ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଜେ.ରାମପୋଲି ଗାଁରେ ଅଘଟଣ । ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜେ. ରାମପୋଲି ଗାଁର ଭାସି ସ୍ୱାଇଁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଜେ.ରାମପୋଲି ଗାଁରେ ବିଲକୁ ଫସଲ ଜଗିବାକୁ ଯାଇଥିଲେ କିଛି ଲୋକ । ଏହି ସମୟରେ ଏକ ବାର୍‌ହା ଆସି ଗାଁଲୋକଙ୍କୁ ଆକ୍ରମଣ କରିଛି । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।