ଟ୍ବିଟ୍ କରି ଇମ୍ରାନ ଖାନ୍‌ଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ଉପରକୁ ଗୁଳିମାଡ଼ ହୋଇଛି । ତେବେ ଏହି ଗୁଳିମାଡ଼ ଘଟଣାକୁ ନେଇ ପାକିସ୍ତାନରେ ରାଜନୀତି ସରଗରମ ରହିଛି। ସମଗ୍ର ବିଶ୍ବରେ ପାକିସ୍ତାନ ମାମଲାରେ ଚର୍ଚ୍ଚା ହେଉଛି। ଇମ୍ରାନ ଖାନ୍ ଯେଉଁ ଭଳି ଭାବରେ ଆକ୍ରମଣ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ସେନାକୁ ଦାୟୀ ବୋଲି କହିଛନ୍ତି।

ଏଥିସହ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି। ନାରାବାଜୀ କରୁଛନ୍ତି। ଅନେକ ସ୍ଥାନରେ ସେନା ବିରୋଧରେ ନାରା ଲଗାଯାଉଛି। ଲୋକଙ୍କଠାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଆଉ ଏବେ ପୂରା ଘଟଣାକୁ ନେଇ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ ଟ୍ବିଟ୍ କରି ଇମ୍ରାନ ଖାନ୍‌ଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ ଟ୍ବିଟ୍ କରି ପାକିସ୍ତାନ ମୁଖ୍ୟ ବିଚାରପତିଙ୍କୁ ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଥିବା ନେଇ କହିଛନ୍ତି। ଶହବାଜ ସରିଫ୍ କହିଛନ୍ତି ଇମ୍ରାନ୍ ରାଜନୀତିକ ଅରାଜକତା ସୃଷ୍ଟି କରୁଛନ୍ତି। ତାଙ୍କର ସବୁ ଅଭିଯୋଗ ଭିତ୍ତିହୀନ। ସେ ଆହୁରି କହିଛନ୍ତି ଜାତୀୟ ସଂସ୍ଥାନଗୁଡ଼ିକୁ ଦୁର୍ବଳ କରିବାକୁ ଇମ୍ରାନଙ୍କ ଯୋଜନାଙ୍କୁ ଲୋକଙ୍କ ସାମ୍ନାକୁ ଆଣିବେ।

ସୂଚନାଯୋଗ୍ୟ, ୩ ନଭେମ୍ବରରେ ଗୁଞ୍ଜରାଓ୍ବାଲାରେ ଏକ ରାଲି ସମୟରେ ଇମ୍ରାନ ଖାନ୍‌ଙ୍କ ଉପରେ ଆକ୍ରମଣ ହୋଇଥିଲା। ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ପରଦିନ ଇମ୍ରାନ ହ୍ବିଲଚେୟାରରେ ଆସି, ବୟାନ ରଖିଥିଲେ। ଇମ୍ରାନ କହିଥିଲେ ଯେ ମୋତେ ମାରିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା। ତାଙ୍କ ପାଖରେ ଭିଡିଓ କ୍ଲିପ୍ ଥିବା ନେଇ ମଦ୍ୟ ସେ ଦାବି କରିଥିଲେ। ଆକ୍ରମଣ ପାଇଁ ତିନି ଜଣ ଦାୟୀ ବୋଲି ମଧ୍ୟ ସେ କହିଥିଲେ। ଏହି ତିନି ଲୋକଙ୍କ ଠାରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ମେଜର ଜେନେରାଲ ଫୈସଲଙ୍କ ନାମ ଥିଲା।

Related Posts