ଏଣିକି ଦିନରେ ଦୁଇ ଥର ଉଠିବ ଅଳିଆ: ବିଏମସି କମିଶନର

ଭୁବନେଶ୍ୱର : ବିଏମସି କମିଶନର ଙ୍କ ସୂଚନା । ଏଣିକି ଦିନରେ ଦୁଇ ଥର ଉଠିବ ଅଳିଆ । ଏହି ସବୁ ଅଳିଆ ସଂଗ୍ରହ କରିବ ବିଏମସି । ଘରୁ ଓ ଦୋକାନୀଙ୍କ ଠାରୁ ସଂଗ୍ରହ କରାଯିବ ଅଳିଆ ।

ଡଷ୍ଟବିନ ରଖିନଥିବା ବ୍ୟକ୍ତିଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ । ଅଳିଆ ପୃଥକୀକରଣ ନକରି ବିଏମସିକୁ ଅଳିଆ ଦେଲେ ୫ ଶହ ଗଣିବେ ଫାଇନ । ଏମସିସି ଓ ଏମଆରଏଫ୍ କୁ ଯେତିକି ଅଳିଆ ଆବର୍ଜନା ମେଟରିଆଲ ମିଳିବା କଥା ତାହା ଆସୁ ନାହିଁ । ତେଣୁ ଏହି ନିଷ୍ପତ୍ତି ବିଏମସି ନେଇଥିବା କହିଛନ୍ତି କମିଶନର ।

Related Posts