ଗଞ୍ଜାମରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ; ଭୁସୁଡ଼ିଲା ଘର, ୨ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏହି ଘଟଣାର ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ସହ ୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଘରେ ହଠାତ ପ୍ରଚଣ୍ଡ ଶବ୍ଦ ସହ ଗ୍ୟାସ୍ ସିଲିଣ୍ଡର ଫାଟିଥିଲା।ପରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗ୍ୟାସ୍ ସିଲିଣ୍ଡର ଲିକ୍‌ ହୋଇ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଜଣେ ଗ୍ୟାସ ସିଲିଣ୍ଡର ବ୍ୟବସାୟୀ ବ୍ରହ୍ମପୁରରୁ ଗ୍ୟାସ୍ ସିଲିଣ୍ଡର ଆଣି ସ୍ଥାନୀର ଅଞ୍ଚଳରେ ବିକ୍ରି କରୁଥିଲେ। ୨ଟି ଅଲଗା ରୁମରେ ସେ ପ୍ରାୟ ୬୬ଟି ସିଲିଣ୍ଡର ରଖିଥିଲେ। ଆଜି ସକାଳ ପ୍ରାୟ ୧୧ଟା ବେଳେ ଗ୍ୟାସ୍ ରହୁଥିବା ରୁମର କବାଟ ଖୋଲି ଇଲେକ୍ଟ୍ରି ସୁଇଚ ଅନ୍ କରିବା ମାତ୍ରେ ହଠାତ୍ ବିସ୍ଫୋରଣ ହୋଇ କାନ୍ଥ ଭାଙ୍ଗିଯିବା ସହ ଛାତ ବି ଉଡ଼ି ଯାଇଥିଲା। ତେବେ ଗ୍ୟାସ ଲିକ ଯୋଗୁଁ ଏଭଳି ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏହିରେ ଗୁରୁତର ହୋଇଛନ୍ତି ଦେବରାଜ ନାହାକ ଓ ଅଶୋକ ନାହାକ। ଉଭୟ ସମ୍ପର୍କରେ ବାପା-ପୁଅ ହେବେ ବୋଲି ଜଣାପଡିଛି ।

Related Posts