ଉତ୍ତରପ୍ରଦେଶ ଶାହଜାହାନପୁରରେ ଅଘଟଣ: ଭୋଜି ବେଳେ ଗ୍ୟାସ୍ ସିଲିଣ୍ଡର୍ ଫାଟି 4 ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଶାହଜାହାନପୁରରେ ଘଟିଛି ଏକ ବଡ଼ ଅଘଟଣ । ହସ ଓ ଖୁସିର ମାହୋଲ ରେ ଦୁଃଖର ଲହରୀ ଖେଳିଯାଇଛି । ଗ୍ୟାସ୍ ସିଲିଣ୍ଡର ଫାଟି ୪ ଜୀବନଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୩ ଜଣ ଗୁରୁତର ହୋଇଛନ୍ତି ।

ସୂଚନାନୁସାରେ, ୟୁପି ଶାହାଜାହାନପୁରର ବିକ୍ରମପୁର ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା । ସିଲିଣ୍ଡର ଫାଟିଲା ପରେ ନିଆଁ ଲାଗିଯାଇଥିଲା । ଏଥିରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ଜଣ ମହିଳାଙ୍କ ସମେତ ଜଣେ ନାବାଳିକା ଅଛନ୍ତି । ଅନ୍ୟ ୩ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ତେବେ ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

Related Posts