ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ ଦର | କିଛି ଦିନ ଗ୍ରାହକଙ୍କୁ ନିସ୍ତାର ମିଳିବା ପରେ ଏବେ କିନ୍ତୁ ଆଗକୁ ତେଲ ଦର ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି | କାରଣ ବର୍ତ୍ତମାନ ରୁଷ ଭାରତକୁ ଅଶୋଧିତ ତୈଳ କମ୍‌ ଦାମରେ ଦେବାକୁ ମନା କରିଦେଇଛି । ଯାହାଫଳରେ ଆଗାମୀ ଦିନରେ (ବିପିସିଏଲ) ବା ଭାରତ ପେଟ୍ରୋଲିୟମ ନିଗମ ଓ (ଏଚପିସିଏଲ) ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନୀ ତୈଳ ଦର ପୁଣି ବୃଦ୍ଧି କରିପାରନ୍ତି ।

ସୂଚନା ମୁତାବକ ଏହି ଦୁଇ ତୈଳ କ୍ରୟ କମ୍ପାନୀ ତୈଳ ଦରକୁ ନେଇ ରୁଷର ରୋସନେଫ୍ଟ କମ୍ପାନୀ ସହ ଆଲୋଚନା କରିଥିଲେ । ହେଲେ ଉଭୟଙ୍କ ଆଲୋଚନା ବିଫଳ ହୋଇଛି । ଯାହାଦ୍ବାରା ଆଗକୁ ତୈଳ ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏନେଇ ଏକ ଜାତୀୟ ଗଣମାଧ୍ୟମର ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୨୪ ଡଲାରରେ ପହଞ୍ଚିଛି ।

ଆଗାମୀ ଦିନରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଲେ ପୁଣି ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବ । ଯାହା ମୂଲ୍ୟ ସିଧାସଳଖ ଗ୍ରାହକଙ୍କ ଉପରେ ପଡ଼ିବ ।

Related Posts