‘ମମତାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କଲେ ମାଡ଼ ଖାଇବାକୁ ପ୍ରସ୍ତୁତ ରୁହ’; ବିରୋଧୀଙ୍କୁ ଟିଏମସି ସାଂସଦଙ୍କ ଚେତାବନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ସୌଗତା ରାୟ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନ କହିବାକୁ ବିରୋଧୀ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ଏହା ସତ୍ତ୍ୱେ ଯଦି ସେମାନେ ମମତାଙ୍କ ବିରୋଧରେ କୁହନ୍ତି, ତେବେ ସେମାନଙ୍କୁ ଟିଏମସି କର୍ମଚାରୀଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଉତ୍ତର କୋଲକାତାରେ ଏକ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳ ବିଜେପି, କଂଗ୍ରେସ ଏବଂ ସିପିଆଇ (ଏମ) ଯଦି ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଟାର୍ଗେଟ କରନ୍ତି ତେବେ ଏଥିରେ ଅମର କୌଣସି ଆପତ୍ତି ନାହିଁ। କିନ୍ତୁ ସେମାନେ ଯଦି ମମତା ବାନାର୍ଜୀଙ୍କୁ ଚୋରଙ୍କ ରାଣୀ ଭଳି ଆପତ୍ତିଜନକ ଶବ୍ଦ କୁହନ୍ତି ତେବେ ସେମାନେ ପିଠିରେ ମାଡ଼ ଖାଇବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସୌଗତା ଚେତାବନୀ ଦେଇଛନ୍ତି। ଟିଏମ୍‌ସି କର୍ମୀମାନେ କ୍ରୋଧରେ କିପରି ପ୍ରତିକ୍ରିୟା ପ୍ରକାଶ କରିବେ ବିରୋଧୀ ଦଳ ସଦସ୍ୟ ମାନେ ତାହା ଜାଣି ରଖିବା ଉଚିତ ବୋଲି କହିଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ସାଂସଦ ସୌଗତା ରାୟ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏହାପୂର୍ବରୁ ସମାଲୋଚକମାନଙ୍କ ଚମଡ଼ାରୁ ଜୋତା ତିଆରି କରିବେ ବୋଲି ସେ କହିଥିଲେ। ଏହି ମନ୍ତବ୍ୟ ପରେ ପଶ୍ଚିମବଙ୍ଗରେ ରାଜନୈତିକ ସ୍ତରରେ ବିବାଦ ସୃଷ୍ଟି ହୋଇଥିଲା।

Related Posts